ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ନାମ୍ପୋ ଫାଣ୍ଡି ଅନ୍ତର୍ଗତ ଖାଲିନା-ନାମ୍ପୋ ରାସ୍ତା କଡ଼ରେ ଜଣେ ଯୁବତୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଛନ୍ତି ସ୍ଥାନୀୟ ଗ୍ରାମବାସୀ। ଏ ନେଇ ଖବର ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ସମ୍ପୃକ୍ତା ଯୁବତୀ ଜଣକ ଖୋର୍ଦ୍ଧା ଜିଲ୍ଲା ଅଞ୍ଚଳର ବୋଲି ଜଣାପଡିଥବାବେଳେ ତାଙ୍କ ସ୍ୱାମୀ ଗତକାଲି ରାତିରେ ତାଙ୍କୁ ଏଠାରେ ଛାଡ଼ି ଦେଇ ଚାଲିଯାଇଥିବା ଯୁବତୀ ଜଣକ କହିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଜଳେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
