ପାକିସ୍ତାନରେ ଟମାଟୋ କିଲୋ ଏବେ ୨୪୦ଟଙ୍କା

ପାକିସ୍ତାନରେ ଟମାଟୋ କିଲୋ ଏବେ ୨୪୦ଟଙ୍କା

ଜାତୀୟ ଖବର

ନୂଆଦିଲ୍ଲୀ ୧୨/୧୧: ପଡ଼ୋଶୀ ଦେଶ ପାକିସ୍ତାନରେ ଦରଦାମ୍ ସାଧାରଣ ଜନତାଙ୍କ ଚିନ୍ତା ବଢ଼ାଇଛି। ଏଥିରେ ଇମରାନ ଖାନ୍ ସରକାରଙ୍କ ମନ୍ତ୍ରୀମଣ୍ଡଳରେ କୌଣସି ପ୍ରକାର ଫରକ ପଡ଼ୁନାହିଁ। ତାଙ୍କ କହିବାନୁସାରେ ସବୁ ପ୍ରକାରର ଖାଦ୍ୟ ପଦାର୍ଥର ମୂଲ୍ୟ ନିୟନ୍ତ୍ରଣରେ ରହିଛି ଏବଂ ମିଡିଆ ଆବଶ୍ୟକତାଠାରୁ ଅଧିକ ମୂଲ୍ୟ କହି ସମସ୍ତଙ୍କୁ ଭ୍ରମିତ କରୁଛି। ଇମରାନ ଖାନ୍ ସରକାରଙ୍କ ଆର୍ଥିକ ପରାମର୍ଶଦାତା ଅବଦୁଲ ହାଫିଜ ଶେଖ୍ ସୋମବାର ସାମ୍ବାଦିକଙ୍କୁ କହିଥିଲେ ଯେ କରାଚୀର ପରିବା ହାଟରେ ଟମାଟୋର ମୂଲ୍ୟ କିଲୋକୁ ୧୭ଟଙ୍କା। ଯେତେବେଳେ ସାମ୍ବାଦିକମାନେ କହିଥିଲେ ଯେ ହାଟରେ ଟମାଟୋ ପ୍ରତି କିଲୋକୁ ୨୪୦ଟଙ୍କା ବିକ୍ରି କରାଯାଉଛି , ସେତେବେଳେ ସେ ଏହାକୁ ମିଛ ବୋଲି କହିଥିଲେ। ଗତ ସପ୍ତାହକ ତଳେ କରାଚୀରେ ଟମାଟୋର ମୂଲ୍ୟ କିଲୋପ୍ରତି ୩୨୦ଟଙ୍କାରେ ପହଞ୍ଚିଥିଲା । ଆମଦାନୀ ନଥିବା ଯୋଗୁଁ ଖୁଚୁରା ବେପାରୀମାନେ ଏହାକୁ ଅଧିକ ଟଙ୍କାରେ ବିକୁଛନ୍ତି। ଗତ ଅକ୍ଟୋବର ମାସରେ ଟମାଟୋ ୧୦୦ରୁ ୧୨୦ଟଙ୍କା​‌ରେ ବିକ୍ରି କରାଯାଉଥିଲା। ପାକିସ୍ତାନର ଜଣେ ଗୃହିଣୀଙ୍କ କହିବାନୁସାରେ ଟମାଟୋର ଦାମ୍ ବଢ଼ିବା ଯୋଗୁଁ ସେ ଏହାର ବିକଳ୍ପରେ ୟୋଗର୍ଟ ବ୍ୟବହାର କରୁଛନ୍ତି। ଅନ୍ୟ ଜଣେ ଗୃହିଣୀ କହିଥିଲେ ଯେ ଯେତେବେଳେ ଟମାଟୋ ଦାମ୍ କମିଯାଏ ସେତେବେଳେ ସେ ଅଧିକ ମାତ୍ରାରେ ଟମାଟୋ କିଣି ଫ୍ରିଜରେ ରଖି ଦିଅନ୍ତି। ଫ୍ରିଜରେ ରହିଥିବା ଜିନିଷରେ ସେହି ସ୍ବାଦ ମିଳିନଥାଏ ଯାହା ତାଜା ପରିବାରେ ମିଳିଥାଏ। ପାକିସ୍ତାନରେ ଟମାଟୋର ଅଫିସିଆଲ ରେଟ୍ ୮୫ଟଙ୍କା। କିନ୍ତୁ ସିନ୍ଧ ଏବଂ ପାକିସ୍ତାନ ସରକାର ମୂଲ୍ୟ ଉପରେ ଲଗାମ ଲଗାଇବାରେ ବିଫଳ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରଠୁ ପାକିସ୍ତାନର ଆଭିମୁଖ୍ୟ ଏବଂ ବିରୋଧକୁ ନଜରରେ ରଖି ଭାରତ ମଧ୍ୟ ଉପଯୁକ୍ତ ଜବାବ ଦେବାରେ ଲାଗିଛି । ପାକିସ୍ତାନକୁ ଟମାଟ ରପ୍ତାନୀ୪ ଭାରତ ବନ୍ଦ କରିଦେଇଛି । ଯାହାଫଳରେ ପାକିସ୍ତାନରେ ଟମାଟୋର ଦର ଆକାଶ ଛୁଆଁ ହୋଇଛି ।