ଦରମା ନ ମିଳିବାରୁ ଅଫିସ ଆଗରେ ଅଳିଆ ପକାଇଲେ କର୍ମଚାରୀ

ଦରମା ନ ମିଳିବାରୁ ଅଫିସ ଆଗରେ ଅଳିଆ ପକାଇଲେ କର୍ମଚାରୀ

ରାଜ୍ୟ ଖବର

ବାରିପଦା: ବାରିପଦା ମ୍ୟୁନିସିପାଲିଟିରେ ସଫେଇ କର୍ମଚାରୀମାନେ ଅଭିନବ ଉପାୟରେ ବିରୋଧ ପ୍ରଦର୍ଶନ କରିଛନ୍ତି। ୨ମାସ ଧରି ଦରମା ନପାଇ ଅତିଷ୍ଠ ହୋଇ କରିଛନ୍ତି ଏଭଳି କାମ। ଗରିବ ସଫେଇ କର୍ମଚାରୀ ଟିଏ ସକାଳ ହେଵା ମାତ୍ରେ ମଳ-ମୂତ୍ର ଘାଣ୍ଟି ଲାଗିପଡନ୍ତି ଆମ ପରିବେଶକୁ ସଫାସୁତୁରା ରଖି ଆମ ମାନଙ୍କୁ ଏକ ସୁସ୍ଥ ସମାଜ ଦେବା ଲାଗି। ହେଲେ ଦୈନିକ ମଜୁରୀ ଦରରେ ସେମାନେ ସେମାନଙ୍କ ପ୍ରାପ୍ୟ ପଆନ୍ତି ସେ ପୁଣି ମାସକରେ ଥରେ। ସେଇଥିରେ ଚଳେ ତାଙ୍କର ୫ପ୍ରଣୀ ପରିବାର। ହେଲେ ବାରିପଦା ମ୍ୟୁନିସିପାଲିଟିର ଅବହେଳା ଓ ଦୂର୍ନିତୀଗ୍ରସ୍ତ ଅଧିକାରୀ ଙ୍କ ଲାଗି ୨ମାସ ହେଲା ଏମାନେ ପାଇନାହାନ୍ତି ଦରମା। ଅଭାବରେ ଅବସ୍ଥା ଅଚଳ ହେବାରୁ ଆଜି ଜିଲ୍ଲାପାଳ ଅଫିସ୍, ମ୍ୟୁନିସିପାଲିଟି ଅଫିସ୍ ଓ ଏଡିଏମ ଅଫିସ୍ ପରିସରରେ ଅଳିଆ ଢାଳି ଅଭିନବ ପନ୍ଥାରେ ନିଜ ଦାବୀ ଜଣାଇଛନ୍ତି। ସେମାନଙ୍କ ଦରମା ସଠିକ୍ ସମୟରେ ମିଳିବା ସହିତ ଦାବୀ ତୁରନ୍ତ ପୂରଣ ନ ହେଲେ ସେମାନେ ଆଗକୁ ସଫେଇ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ କରିଦେବେ ବୋଲି ଚେତାବନୀ ଦେଇଛନ୍ତି।