ଭୁବନେଶ୍ବର: ଆଜି ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଆଗତ ହେଲା ଅତିରିକ୍ତ ବଜେଟ। ୨୦୧୯-୨୦ ବର୍ଷ ପାଇଁ ଆଗତ ହେଲା ବଜେଟ। ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଅତିରିକ୍ତ ବଜେଟ ଆଗତ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଅତିରିକ୍ତ ବଜେଟ ଆଗତ କରିଛନ୍ତି। ଅର୍ଥମନ୍ତ୍ରୀ ମୋଟ ୮୧୨୬.୩୨ କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି। ବିଭିନ୍ନ ଯୋଜନାରେ ବ୍ୟୟବରାଦ ପାଇଁ ୭୪୩୨ କୋଟି ୮୦ ଲକ୍ଷ ଆଗତ ହୋଇଥିବା ବେଳେ ପ୍ରଶାସନିକ ବ୍ୟୟବରାଦ ପାଇଁ ୨୬୭ କୋଟି ୨୩ ଲକ୍ଷ ଘୋଷଣା ହୋଇଛି। ବିପର୍ଯ୍ୟୟ ପ୍ରଶାସନ ପାଣ୍ଠି ପାଇଁ ୬ କୋ୍ଟି ୫୨ ଲକ୍ଷ ବ୍ୟବୟବାରଦ ହୋଇଛି। ଅପରପକ୍ଷେ ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।
