କଟକ : ଶିଲ୍ପପତି ମହିମା ମିଶ୍ରଙ୍କୁ ଆଜି ହାଇକୋର୍ଟ ଜାମିନ ଦେଇଛନ୍ତି । ବହୁଚର୍ଚ୍ଚିତ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ହୋଇଥିବା ଶିଳ୍ପପତି ମହିମା ମିଶ୍ରଙ୍କୁ ଆଜି ହାଇକୋର୍ଟ ଜାମିନ୍ ଦେଇଛନ୍ତି । ଏହା ପୂର୍ବରୁ ଅନ୍ୟ ଦୁଇଟି ମାମଲାରେ ମହିମାଙ୍କୁ ଦୁଇଥର ଜାମିନ୍ ମିଳି ସାରିଛି। ତେବେ ଏହି ହତ୍ୟା ମାମଲାରେ ପୂର୍ବରୁ ହାଇକୋର୍ଟ ଜାମିନ୍ ପ୍ରଦାନ କରିଥିଲେ। କିନ୍ତୁ ହାଇକୋର୍ଟଙ୍କ ଜାମିନ୍କୁ ସୁପ୍ରିମକୋର୍ଟ ଖାରଜ କରି ଦେଇଥିଲେ । ସେପ୍ଟେମ୍ବର ୧୮ରେ ସୁପ୍ରିମକୋର୍ଟ ମହିମାଙ୍କ ଜାମିନ ଖାରଜ କରିବା ସହ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ନେବାପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ତାଙ୍କୁ ପୁଣିଥରେ ଜାମିନ୍ ମିଳିଛି।
