୧୨ ଘଣ୍ଟିଆ ବ୍ରଜରାଜନଗର ବନ୍ଦ

୧୨ ଘଣ୍ଟିଆ ବ୍ରଜରାଜନଗର ବନ୍ଦ

ରାଜ୍ୟ ଖବର

ବ୍ରଜରାଜନଗର : ଗାନ୍ଧୀ ଛକ ଟୋଲ ଗେଟ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ଶୁକ୍ରବାର ସ୍ଥାନୀୟ ଜନସାଧାରଣ ପକ୍ଷରୁ ୧୨ ଘଣ୍ଟିଆ ବ୍ରଜରାଜନଗର ବନ୍ଦ ପାଳନ କରାଯାଇଛି। ଫଳରେ ବ୍ରଜରାଜନଗର ଅଞ୍ଚଳର ସମସ୍ତ ଦୋକାନ ବଜାର , ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ଆଦି ବନ୍ଦ ରହିଛି। ୪୯ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଳଚଳ ସ୍ୱାଭାବିକ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ୪୯ ନମ୍ବର ଜାତୀୟ ରାଜପଥର ଗାନ୍ଧୀ ଛକରେ ଥିବା ଟୋଲ ଗେଟ କାର୍ଯ୍ୟକ୍ଷମ ନେଇ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା।