ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା: ୧୪ ମୃତ

ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା: ୧୪ ମୃତ

ଜାତୀୟ ଖବର

ବିକାନେର: ରାଜସ୍ଥାନର ବିକାନେର ଜିଲା ଅନ୍ତର୍ଗତ ଶ୍ରୀଡୁଙ୍ଗରଗଢ଼ ୧୧ ନମ୍ବର ଜାତୀୟ ରାଜପଥରେ ଏକ ବସ୍‌ ଏବଂ ଟ୍ରକ ମୁହାଁମୁହିଁ ଧକ୍କା​‌ ହେବା ଫଳରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟ ୨୫ ଯାତ୍ରୀ ଆହତ ହୋଇଛନ୍ତି। ବସ୍‌ଟି ଯାତ୍ରୀଙ୍କୁ ନେଇ ବିକାନେରରୁ ଜୟପୁର ଯାଉଥିଲା। ଯୋଧାସର ଏବଂ ସେରୁଣା ଗାଁ ମଧ୍ୟ ଭାଗରେ ସାମ୍ନାପଟୁ ଆସୁଥିବା ଏକ ଟ୍ରକ ସହିତ ବସ୍‌ଟି ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ବସ୍‌ରେ ନିଆଁ ଲାଗିଯାଇଥିଲା। ଖବର ପାଇ ପ୍ରଶାସନ ଏବଂ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ତ୍ଵରାନ୍ବିତ କରିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ପୁଲିସ ହସ୍ପିଟାଲକୁ ନେଇଥିଲା।