ପୁଲିସକୁ ଧମକ ଦେଇ ଅଡ଼ୁଆରେ ଉତ୍ତରପ୍ରଦେଶ ମନ୍ତ୍ରୀ

ପୁଲିସକୁ ଧମକ ଦେଇ ଅଡ଼ୁଆରେ ଉତ୍ତରପ୍ରଦେଶ ମନ୍ତ୍ରୀ

ଜାତୀୟ ଖବର

ସମନ କଲେ ଯୋଗୀ, ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାପାଇଁ ଡିଜିପିଙ୍କୁ ନିଦେ୍ର୍ଧଶ ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ରାଷ୍ଟ୍ରମନ୍ତ୍ରୀ ସ୍ୱାତୀ ସିଂହଙ୍କୁ ସମନ କରିଛନ୍ତି । ମନ୍ତ୍ରୀ ସ୍ୱାତୀ ସିଂହ ଜଣେ ପୁଲିସ ଅଧିକାରୀଙ୍କୁ ଏକ ଏଫ୍ଆଇଆର ରଦ୍ଧ ପାଇଁ ଧମକ ଦେଉଥିବାର ଅଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ଯୋଗୀ ତାଙ୍କୁ ସମନ କରିଛନ୍ତି ଏବଂ ଘଟଣା ସଂକ୍ରାନ୍ତରେ ୨୪ ଘଣ୍ଟା ମଧ୍ୟରେ ବିସ୍ତୃତ ରିପୋର୍ଟ ଦାଖଲ କରିବା ପାଇଁ ଉତ୍ତରପ୍ରଦେଶ ଡିଜିପିଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଅନସଲ୍ ବିଲଡର କମ୍ପାନୀ ବିରୋଧରେ ଏଫ୍ଆଇଆର ରୁଜୁ କରିଥିବା ଜଣେ ପୁଲିସ ଅଧିକାରୀ ବିନୁ ସିଂହଙ୍କୁ ୟୁପି ମନ୍ତ୍ରୀ ଧମକ ଦେଇଥିଲେ । ସ୍ୱାତୀ ଉକ୍ତ ପୁଲିସ ଅଧିକାରୀଙ୍କୁ ଅନସଲ୍ କମ୍ପାନି ବିରୋଧରେ ଏଫ୍ଆଇ ରଦ୍ଧ କରିବାପାଇଁ ପ୍ରବଳ ଚାପ ସୃଷ୍ଟି କରିଥିଲେ । ଏହା ଏକ ହାଇ ପ୍ରୋଫାଇଲ୍ ମାମଲା ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ଏ ସମ୍ପକର୍ରେ ଅବଗତ ଅଛନ୍ତି ବୋଲି କହି ଏହାକୁ ତୁରନ୍ତ ବନ୍ଦ କରିବାପାଇଁ ସେ ପୁଲିସ ଅଧିକାରୀଙ୍କୁ ଧମକ ଦେଇଥିଲେ । ଏହି ମାମଲାରେ ବିରୋଧୀ ଦଳଗୁଡ଼ିକ ମଧ୍ୟ ସରକାରଙ୍କୁ ଘେରିଛନ୍ତି ।