ଭୁବନେଶ୍ବର: ଓଡ଼ିଶାରେ ଗଞ୍ଜେଇ ଚାଷକୁ ସମର୍ଥନ କରିଛନ୍ତ ପୂର୍ବତନ ବିଜେଡି ସାଂସଦ ତଥାଗତ ଶତପଥୀ। ଏହାକୁ ତଥାଗତ କହିଛନ୍ତ, ଗଞ୍ଜେଇର ଅନେକ ଲାଭଦାୟକ ଦିଗ ଅଛି। କ୍ୟାନ୍ସର, ଶ୍ବାସ ରୋଗ ପାଇଁ ଏଥିରୁ ଔଷଧ ତିଆରି ହୁଏ। ତେବେ ଗଞ୍ଜେଇ ଚାଷର ଆଇନକରଣ ସପକ୍ଷରେ ମୁଁ ନୁହେଁ। ଗଞ୍ଜେଇ ଚାଷକୁ ଡିକ୍ରିମିନାଲାଇଜେସନ କରାଯାଉ ଶ୍ରୀ ଶତପଥୀ କହିଛନ୍ତି। ସେ ଆହୁରୀ ମଧ୍ୟ କହିଛନ୍ତି ଗଞ୍ଜେଇ ଚାଷ ସହଜ ଏହି ଚାଷ କଲେ ବେଶି ପାଣି, ଖତ, ସାର ଦରକାର ନାହିଁ। କ୍ଷୁଦ୍ର ଚାଷୀମାନେ ଏହାକୁ ଚାଷ କରି ବିଶେଷ ଲାଭବାନ ହେବେ। ରାଜ୍ୟ ସରକାର ଗଞ୍ଜେଇ ଚାଷକୁ ପ୍ରୋତ୍ସାହନ ଦେବା ଦରକାର ବୋଲି ସେ କହିଛନ୍ତି। ଉତ୍ତାରାଖଣ୍ଡ ସରକାର ଗଞ୍ଜେଇ ଚାଷକୁ ଅନୁମତି ଦେଇଛନ୍ତି। ଆମ ସରକାର ଏହାକୁ ମନା କରିବା ସଂପୂର୍ଣ୍ଣ ଦୂରଦୃଷ୍ଟିହୀନତା। ଆଇନରେ ସଂଶୋଧନ ଆଣି ଗଞ୍ଜେଇ ଚାଷକୁ ଅନୁମତି ଦେବା ଉଚିତ ବୋଲି କହିଛିନ୍ତି। ପ୍ରକାଶ ଯେ, ଆଜି ରାଜ୍ୟରେ ଗଞ୍ଜେଇ ଚାଷ ପାଇଁ ଏକ ଲୋକସଭା ଭବନରେ ଏପ ବୈଠକ ବସିଥିଲା। ଏଥିରେ ନିଷ୍ପତି ହେଲା ଯେ, ରାଜ୍ୟରେ ଗଞ୍ଜେଇ ଚାଷକୁ ଅନୁମତି ଦିଆଯିବ ନାହିଁ। ଏନେଇ ଅବକାରୀ ସଚିବ ସୂଚନା ଦେଇଛନ୍ତି। ଗଞ୍ଜେଇର ଅନେକ ଔଷଧୀୟ ଗୁଣ ଯୋଗୁଁ ଶିଳ୍ପ ସଂସ୍ଥା ଚାଷ ପାଇଁ ପ୍ରସ୍ତାବ ଦିଅନ୍ତି। କିନ୍ତୁ ଆଇନ୍ ବିଭାଗ ଏ ପ୍ରସ୍ତାବକୁ ଖାରଜ କରିଛି କରିଛନ୍ତି ଅବକାରୀ ସଚିବ। ଗଂଜେଇ ଚଷକୁ ଅନୁମତି ନେଇ ଆଜି ବୈଠକ ଡକାଯାଇଥିଲା। ଗଞ୍ଜେଇର ଔଷଧୀୟ ଗୁଣ ଥିବା ଦର୍ଶାଯାଇ ଅନିମତି ପାଇଁ ବୈଠକ କରାଯାଇଥିଲା।
