ଖାଦ୍ୟ ପରେ ମିଠା କାହିଁକି ଖାଇବେ ?

ଖାଦ୍ୟ ପରେ ମିଠା କାହିଁକି ଖାଇବେ ?

ହାଣ୍ଡିଶାଳ

ଉତ୍ସବର ଭୋଜିଭାତ ହେଉ କିମ୍ବା ହୋଟେଲମାନଙ୍କରେ ଖାଦ୍ୟ ଖାଇସାରିଲା ପରେ ମିଠା ନିଶ୍ଚିତ ବଢ଼ା ଯାଇଥାଏ । ଏହାର କାରଣ ବହୁତ ଲୋକ କମ୍ ଜାଣିଥାନ୍ତି । ବୈଜ୍ଞାନିକ କାରଣ ଅନୁଯାୟୀ ଖାଦ୍ୟରେ ଥିବା ତେଲ, ମସଲା ଓ ଲୁଣ ପେଟକୁ ଯାଇ ପାଚନ ତନ୍ତ୍ରର ସଞ୍ଚାଳନ କାର୍ଯ୍ୟକୁ ଧୀର କରିଦେଇଥାଏ । ଫଳରେ ଗ୍ୟାସ ଓ ବଦହଜମିର ସମସ୍ୟା ଦେଖାଯାଏ । ମିଠା ଖାଇଲେ ଶରୀରରେ ହେଉଥିବା ଅମ୍ଳର ଗତି ଧୀର ହୋଇଯାଏ । ଫଳରେ ଏସିଡିଟି ବା ଜଳାପୋଡ଼ା ହୋଇନଥାଏ । ଖାଦ୍ୟ ଶୀଘ୍ର ହଜମ ହେବାକୁ ଲାଗେ । ସେହିପରି ଭୋଜିଭାତ ଅଧିକ ଖାଇଦେଲେ ବହୁତ ଶୋଷ ଲାଗିଥାଏ । ଯେତେ ପାଣି ପିଇଲେ ପେଟ ପୂରିଯାଏ । କିନ୍ତୁ ଶୋଷ ମେଣ୍ଟି ନଥାଏ । କାରଣ ଭୋଜନ ପରେ ଖାଦ୍ୟ ନଳୀ ଶୁଷ୍କ ହୋଇଯାଏ । ଫଳରେ ପ୍ରବଳ ଶୋଷ ଲାଗେ । ଏହିପରି ସ୍ଥଳରେ ମିଠା ଖାଇଲେ ଶୋଷ ନ ଲାଗିବା ସହିତ ଖାଦ୍ୟ ସହଜରେ ହଜମ ହୋଇଯାଏ । ଏଣୁ ଖାଇବା ପରେ ମିଠା ଖାଇବା ଆବଶ୍ୟକ ।