ଗାଧୋଇବା ସମୟରେ ପାଣି ଭିତରକୁ ଟାଣିନେଲା କୁମ୍ଭୀର

ଗାଧୋଇବା ସମୟରେ ପାଣି ଭିତରକୁ ଟାଣିନେଲା କୁମ୍ଭୀର

ରାଜ୍ୟ ଖବର

କେନ୍ଦ୍ରାପଡ଼ା :କୁମ୍ଭୀର ମୁହଁରୁ ବର୍ତ୍ତିଲେ ଯୁବକ। ଗାଧୋଇବା ସମୟରେ ପାଣି ଭିତରକୁ ଟାଣିନେଲା କୁମ୍ଭୀର। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ରାଜପୁର ଗାଁ ନିକଟରେ ଥିବା ବ୍ରାହ୍ମଣୀ ନଦୀରେ ଏହି ଅଘଟଣ ଘଟିଥିଲା। ଆକ୍ରମଣର ଶୀକାର ହୋଇଥିବା ଯୁବକ ଜଣକ ଭାଗବତ ରାଉତ। ସକାଳ ପ୍ରାୟ ୬ଟା ବେଳେ ଭାଗବତ ଗାଁ ପାଖ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ଥିବା ଗାଧୁଆ ଘାଟରେ ଗାଧାଉଥିବା ସମୟରେ ଗୋଟାଏ ପ୍ରକାଣ୍ଡ ବଉଳା କୁମ୍ଭୀର ତାଙ୍କ ବାମ ହାତକୁ କାମୁଡ଼ି ଧରିଥିଲା। ଭାଗବତ ଡାହାଣ ହାତରେ ଗାଧୁଆ ଘାଟର ବହ୍ଲାକୁ ଦୃଢ଼ ଭାବେ ଧରି ରହିବାରୁ କୁମ୍ଭୀରଟି ତାଙ୍କୁ ଗଭୀର ପାଣିକୁ ଟାଣି ନେଇ ପାରି ନ ଥିଲା। ପାଖରେ ଥିବା ଅନ୍ୟ ଲୋକେ ଓ ପିଲାମାନେ ଚିତ୍କାର କରିବା ସହ କୁମ୍ଭୀର ଉପରକୁ ଟେକାପଥର ଫିଙ୍ଗିବାରୁ ସେ ଭାଗବତଙ୍କ ହାତ ଛାଡ଼ି ଚାଲିଯାଇଥିଲା।ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।