ଭାଇ ଭଉଣୀ ମିଶି ସ୍ୱାମୀକୁ ହାଣିଲେ

ଭାଇ ଭଉଣୀ ମିଶି ସ୍ୱାମୀକୁ ହାଣିଲେ

ରାଜ୍ୟ ଖବର

ଭଞ୍ଜନଗର: ବାପ ଘରେ ଭାଇ ସହ ମିଶି ଜଣେ ସ୍ତ୍ରୀ ତାର ସ୍ୱାମୀଙ୍କୁ ହତ୍ୟା କରିଛି। ଧାରୁଆ ଅସ୍ତ୍ରରେ ଚୋଟ ପରେ ଚୋଟ ପକାଇ ହତ୍ୟା କରିଛି। ଛିଣ୍ଡା ପାପୁଲି ସହ ସମ୍ପୃକ୍ତ ଯୁବକଙ୍କ ମୃତଦେହକୁ ଘରୁ ଉଦ୍ଧାର କରାଯାଇଛି। ଜଗନ୍ନାଥପ୍ରସାଦ ଥାନା ପଟାଧାର ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ତେବେ ହତ୍ୟା ପରେ ଭାଇ ସହ ଥାନାରେ ସ୍ତ୍ରୀ ଜଣକ ଆତ୍ମସମର୍ପଣ କରିଛି। ଯୁବକ ଜଣକ ପ୍ରଥମାଷ୍ଟମୀରେ ଝଅକୁ ଦେଖିବା ପାଇଁ ଗତକାଲି ଆସିଥିଲେ। ତେବେ ରାତିରେ କୌଣସି କାରଣରୁ ସ୍ତ୍ରୀ ଓ ଶଳା ମିଶି ହତ୍ୟା କରିଛନ୍ତି। ହତ୍ୟାର କାରଣ ସମ୍ପର୍କରେ କିଛି ଜଣାପଡ଼ିନଥିବାବେଳେ ସାଇଣ୍ଟିଫିକ ଟିମ ସହ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।