ପାରାଦୀପ : ପାରାଦୀପରେ ଗୁରୁବାର ସକାଳେ ଦୁଇଟି ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ପାରାଦୀପ ମୁଖ୍ୟ ରାସ୍ତା ଟର୍ମିନାଲ ଛକରେ ଜଣେ ବାଇକ ଆରୋହୀଙ୍କ ଉପରେ ଟ୍ରକ ମାଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଉମେଶ ବେହେରା। ଉମେଶଙ୍କ ଘର ଯାଜପୁର ଜିଲା ବରୀ ବୋଲି ଜଣାପଡ଼ିଛି। ସେହିପରି ନେହେରୁ ବଙ୍ଗଳା ରାସ୍ତାରେ ଜଣେ ସାଇକେଲ ଆରୋହୀଙ୍କୁ ଅଜଣା ଗାଡ଼ି ଧକ୍କା ଦେଇଥିଲା। ସେ କେନ୍ଦ୍ରାପଡ଼ା ଶିରୀପୁରର ପ୍ରମୋଦ ସେଠି। ଗୁରୁତର ଅବସ୍ଥାରେ ତାଙ୍କୁ ଅଠରବାଙ୍କୀ ବିଜୁ ମେମୋରିଆଲ ଡ଼ାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
