ବଲାଙ୍ଗୀର: ଆଜି ବଲାଙ୍ଗୀର ଜିଲ୍ଲାରେ ଜଣେ ବିଡିଓଙ୍କୁ ଦୁର୍ବୃତ୍ତମାନେ ଅଫିସରୁ ଅପହରଣ କରି ନେଇଥିବା ଜଣାପଡ଼ିଛି। ସୂଚନାରୁ ଜଣାପଡୁଛି ଯେ ଆଜି ଅପରାହ୍ଣ ୪ଟାରୁ ୪.୩୦ ମିନିଟ୍ ମଧ୍ୟରେ ଏହି ଘଟଣା ଘଟିଛି। ବଲାଙ୍ଗୀର ଉପକଣ୍ଠ ପୁଇଁତଲାର ବିଡିଓ ସରୋଜ କୁମାର ମିଶ୍ର ତାଙ୍କ ଅଫିସରେ ବସି ଥିବା ବେଳେ ଏକ ଗାଡ଼ିରେ ୧୦ରୁ ୧୨ ଜଣ ଯୁବକ ଆସିଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣ ବିଡିଓଙ୍କ ଅଫିସ ଚାମ୍ବରକୁ ଆସିଥିଲେ। ଏହାପରେ ବିଡିଓଙ୍କ ମୁହଁ ବନ୍ଦ କରି ସେମାନେ ଗାଡ଼ି ଭିତରକୁ ଜବରଦସ୍ତ ନେଇ ଯାଇଥିଲେ। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଛାନଭିନ୍ ଆରମ୍ଭ ହୋଇ ଯାଇଛି। ଅଫିସରେ ଲାଗିଥିବା ସିସିଟିଭି କ୍ୟାମେରାରେ ଅପହରଣ ଘଟଣା କଏଦ ହୋଇଛି ଓ ପୁଲିସ ଏହାକୁ ପରୀକ୍ଷା କରୁଛି।
