ଭୁବନେଶ୍ବର: ରାଜ୍ୟରେ ଅସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳୀର ହିସାବ ନାହିଁ। ଅସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳୀ କେତୋଟି ରହିଛି ତାହାର ଅଡିଟ୍ କରାଯାଉଛି ବୋଲି ଗୃହରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଛନ୍ତି। ମଙ୍ଗଳବାର ବିଧାନସଭାରେ ପ୍ରଶ୍ନକାଳ ସୁରୁଖୁରୁରେ ଚାଲିଥିବା ବେଳେ ରାଜ୍ୟରେ କେତୋଟି ଆଶ୍ରୟସ୍ଥଳୀ ରହିଛି ତାହାକୁ ନେଇ ବିରୋଧୀ ଦଳର ନେତା ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ବିରୋଧୀ ଦଳ ନେତାଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଥଇଲେ ଯେ, ୬ଟି ଉପକୂଳ ଜିଲାରେ ୭୫୯ଟି ବହୁମୁଖୀ ଆଶ୍ରୟସ୍ଥଳୀ ନିର୍ମାଣ ହୋଇଛି। ଓଏସ୍ଡିଏମ୍ଏ ପକ୍ଷରୁ ୬୯୪ ଏବଂ ରେଡ୍କ୍ରସ୍ ପକ୍ଷରୁ ୬୫ଟି ଆଶ୍ରୟସ୍ଥଳୀ ନିର୍ମାଣ ହୋଇଛି। ବାଲେଶ୍ବର, ଭଦ୍ରକ, କେନ୍ଦ୍ରପଡା, ଖୋର୍ଦ୍ଧା, ନୟାଗଡ ଓ ଗଞ୍ଜାମରେ ଆଶ୍ରୟସ୍ଥଳୀ ରହିଛି।
