ରାୟଗଡ଼ାରେ ଏନକାଉଣ୍ଟର

ରାୟଗଡ଼ାରେ ଏନକାଉଣ୍ଟର

ରାଜ୍ୟ ଖବର

ରାୟଗଡ଼ା: ପ୍ରାୟ ୫୦ ମାମଲାରେ ସମ୍ପୃକ୍ତ ଥିବା ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ରାୟଗଡ଼ା ଟାଉନ ପୁଲିସ ଏନକାଉଣ୍ଟର କରିଛି। ପୁଲିସ ସହିତ ଗୁଳିବିନିମୟ ବେଳେ ଅପରାଧୀ ଜଣକ ଧରାପଡ଼ିଛି। ତା’ର ନାମ ଶିବା। ରାୟଗଡ଼ା ସହରରେ ରବିବାର ବିଳମ୍ବିତ ରାତିରେ ଏହି ଏନକାଉଣ୍ଟର ହୋଇଛି। ଶିବାର ବାମ ଗୋଡ଼ରେ ଗୁଳି ବାଜିଥିବାବେଳେ ତା’କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁଳିବିନିମୟ ସମୟରେ ୨ ପୁଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ଶିବା ନାଁରେ ବିଭିନ୍ନ ଥାନାରେ ୫୦ଟି ମାମଲା ଥିବା ପୁଲିସ କହିଛି। ଶିବା ସୋନପୁରର ଜଣେ ଯୁବକଙ୍କୁ ଅପହରଣ କରିବା ମାମଲାରେ ମଧ୍ୟ ସମ୍ପୃକ୍ତ ଥିବା ଜଣାପଡ଼ିଛି।