ନନଭେଜ୍ ଖାଦ୍ୟର ସୌକିନ୍ ହୋଇଥିଲେ ଆଜି ହିଁ ଘରେ ବନାନ୍ତୁ ବଟର ଚିକେନ। ଏବେ ଆପଣ ଭାବୁଥିବେ ଘରେ କଣ ରେସ୍ତୋରାଁ ଭଳି ସ୍ୱାଦ ମିଳିପାରିବ। ତେବେ ଆମେ କହୁଛୁ ନିଶ୍ଚିତ ହେବ ଥରେ ଆପଣ ଏହାକୁ ପ୍ରସ୍ତୁତ କରି ତ ଦେଖନ୍ତୁ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ। ଆବଶ୍ୟକ ସାମଗ୍ରୀ -ଅଧା କିଲୋ ଚିକେନ -ତିନିଟି ପିଆଜ -ବଟର -ରସୁଣ କୋଲା -ଟମାଟୋ -ଚାରିଟି କଞ୍ଚା ଲଙ୍କା -ଅଦା ଖଣ୍ଡ -ଦୁଇ ବଡ ଚାମଚ ଧନିଆ ପାଉଡର -ଦୁଇ ବଡ ଚାମଚ ଚିକେନ୍ ମସଲା -ଲୁଣ ସ୍ୱାଦାନୁସାରେ -ତେଲ ଆବଶ୍ୟକ ଅନୁଯାୟୀ ପ୍ରସ୍ତୁତି ପ୍ରଣାଳୀ -ସର୍ବପ୍ରଥମେ ଚିକେନକୁ ପିସ୍ କରି ଭଲ ଭାବେ ଧୋଇ ହଳଦି, ଲୁଣ ଏବଂ ବଟର ମିଶାଇ ବାସନରେ ରଖନ୍ତୁ। -ପିଆଜ, ରସୁଣ ଏବଂ ଅଦା ମିକ୍ସ କରି ପେଷ୍ଟ କରିଦିଅନ୍ତୁ। -ମିଡିୟମ ଆଞ୍ଚରେ ଏକ ପ୍ୟାନରେ ତେଲ ଗରମ କରନ୍ତୁ। -ତେଲ ଗରମ ହେବା ପରେ ଏଥିରେ ପିଆଜ, ରସୁଣ ଏବଂ ଅଦା ପେଷ୍ଟ ପକାନ୍ତୁ। -ମିଶ୍ରଣକୁ ସେତେ ପର୍ଯ୍ୟନ୍ତ ଭାଜନ୍ତୁ ଯେତେ ପର୍ଯ୍ୟନ୍ତ ମସଲାରୁ ତେଲ ନ ଛାଡିଛି। -ଏବେ ଏହି ମସଲାରେ ହଳଦି, ଲଙ୍କା, ଧନିଆ ପତ୍ର, ଚିକେନ ମସଲା ପାଉଡର ଏବଂ ଅଳ୍ପ ପାଣି ମିଶାଇ ଚଲାନ୍ତୁ। -ଏହା ଭଲଭାବେ କଶି ହୋଇଗଲା ପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏବେ ଆପଣଙ୍କର ବଟର ଚିକେନ୍ ପ୍ରସ୍ତତ ହୋଇଯାଇଛି।
