୨ ଆତଙ୍କବାଦୀ ନିହତ

୨ ଆତଙ୍କବାଦୀ ନିହତ

ଜାତୀୟ ଖବର

ଶ୍ରୀନଗର: ଜମ୍ମୁକାଶ୍ମୀରର ପୁଲୱାମା ଜିଲ୍ଲାରେ ମଙ୍ଗଳବାର ସକାଳେ ଭାରତୀୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।ପୁଲୱାମାର ଦ୍ରଵଗ୍ରାମରେ ଆତଙ୍କବାଦୀମାନେ ସେନା, ସିଆରପିଏଫ ଓ ଜାମ୍ମୁ କାଶ୍ମୀର ପୁଲିସର ପେଟ୍ରୋଲିଙ୍ଗ ଟିମ ଉପରେ ଗୁଳିମାଡ କରିଥିଲେ । ଏହାର ଜବାବ ଦେବାକୁ ଯାଇ ସେନା ପକ୍ଷରୁ ମଧ୍ୟ ଗୁଳି ବିନିମୟ ହୋଇଥିଲା । ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ମୃତ ଦୁଇ ଆତଙ୍କବାଦୀ ହେଉଛନ୍ତି ଇରଫାନ ଅହମଦ ଓ ଇରଫାନ ଶେଖ । ଇରଫାନ ଅହମଦ ଆତଙ୍କୀ ସଂଗଠନ ହିଜବୂଲ ମୁଜାହିଦ୍ଦିନ ପାଇଁ ୨୦୧୭ ମସିହାରୁ କାର୍ୟ୍ୟ କରୁଥିଲା। ସେହିପରି ଇରଫାନ ଶେଖ ୨୦୧୬ ମସିହାରୁ ହିଜବୂଲ ମୁଜାହିଦ୍ଦିନ ପାଇଁ କାର୍ୟ୍ୟ କରୁଥିଲା।