ନୂଆଦିଲ୍ଲୀ:ମହାରାଷ୍ଟ୍ର ମହାନାଟକରେ ଆଉ ଏକ ମହା ଟୁଇଷ୍ଟ । ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ ପାୱାର ଇସ୍ତଫା ଦେଇଥିବା ସୂଚନା ମିଳିଛି । ଇସ୍ତଫା ଦେଇଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଛି । ଆସନ୍ତାକାଲି ଆସ୍ତା ଭୋଟ ପୂର୍ବରୁ ଆଜି ଅଜିତ ପାୱାର ଇସ୍ତଫା ଦେଇ ମହାରାଷ୍ଟ୍ର ରାଜନୀତିରେ ହଇଚଇ ସୃଷ୍ଟି ହୋଇଯାଇଛି ।
