ଅଯୋଧ୍ୟା ପ୍ରସଙ୍ଗରେ ପୁନର୍ବିଚାର ପିଟିସନ ଦାଖଲ କରିବ ମୁସଲିମ ପର୍ସନଲ ଲ’ ବୋର୍ଡ

ଅଯୋଧ୍ୟା ପ୍ରସଙ୍ଗରେ ପୁନର୍ବିଚାର ପିଟିସନ ଦାଖଲ କରିବ ମୁସଲିମ ପର୍ସନଲ ଲ’ ବୋର୍ଡ

ଜାତୀୟ ଖବର

ଲକ୍ଷ୍ନୌ : ଅଲ ଇଣ୍ଡିଆ ମୁସଲିମ ପର୍ସନଲ ଲ’ ବୋର୍ଡ ଡିସେମ୍ବର ପ୍ରଥମ ସପ୍ତାହରେ ସୁପ୍ରିମକୋର୍ଟରେ ଅଯୋଧ୍ୟା ରାୟ ଉପରେ ପୁନର୍ବିଚାର ପିଟିସନ ଦାଖଲ କରିବାର ନିଷ୍ପତ୍ତି ନେଇଛି । ପର୍ସନଲ ଲ’ ବୋର୍ଡ ଟ୍ବିଟ କରି ଏହି ସୂଚନା ଦେଇଛି। ବୋର୍ଡର ସଚିବ ତଥା ବରିଷ୍ଠ ଆଇନଜୀବୀ ଜାଫରୟାବ ଜିଲାନୀ କହିଛନ୍ତି ଯେ, ସୁନ୍ନି ୱକଫ ବୋର୍ଡ ପୁନର୍ବିଚାର ପିଟିସନ ଦାଖଲ ନକଲେ ବୋର୍ଡ ଉପରେ କୌଣସି ବିପରୀତ ଆଇନଗତ ପ୍ରଭାବ ପଡିବ ନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ, ସମସ୍ତ ମୁସଲିମ ସଂଗଠନ ପୁନର୍ବିଚାର ପିଟିସନ ଦାଖଲ କରିବା ପାଇଁ ଏକମତ ହୋଇଛନ୍ତି ।