ଭୁବନେଶ୍ବର: ଦ୍ୱେତନଗରୀରେ ଟ୍ରାଫିକ୍ ଆଇନ କଡାକଡି କଲା କମିଶନରେଟ୍ ପୋଲିସ୍। କମିଶନରେଟ୍ ପୋଲିସ ଅଧିନରେ ଯାଉଥିବା ଅଞ୍ଚଳରେ ଘଣ୍ଟାପ୍ରତି ୫୦ କିମିରୁ ଅଧିକ ବେଗରେ ଗାଡି ଚଳାଇଲେ ଦେବାକୁ ପଡିବ ଜରିମାନା। ଏନେଇ ଆଡଭାଇଜରୀ ଜାରି କରାଯାଇଛି। କମିଶନରରେଟ ପୋଲିସ ଅଧିନରେ ଯାଉଥିବା ଆଞ୍ଚଳ ଭିତରେ ବାଇକ୍ ଚାଳକ ଘଣ୍ଟାପ୍ରତି ୫୦ ପ୍ରତି କମିରୁ ଅଧିକ ବେଗରେ ଗାଡି ନଚଳେଇବାକୁ ନର୍ଦ୍ଦେଶାବଳୀ ଜାରି କରାଯାଇଛି। ତେବେ ଜାତୀୟ ରାଜପଥରେ ପଳାସୁଣିରୁ ବାଲିକୁଦା ପର୍ଯ୍ୟନ୍ତ ଘଣ୍ଟାପ୍ରତି ୭୦ କିଲୋମିଟର ବେଗରେ ଗାଡି ଯାତାୟତ କରିପାରିବେ ବୋଲି ଏଥିରେ କୁହାଯାଇଛି। ଏହାଠାରୁ ଅଧିକ ବେଗରେ ଗାଡି ଚଳାଇଲେ ଜରିମାନା ଆଦାୟ ହେବ ବୋଲି କମିଶନରେଟ ପୋଲିସ୍ ପକ୍ଷରୁ କୁହାଯାଇଛି। ସେପଟେ ଟ୍ରାଫିକ୍ କଟକଣାକୁ କଡାକଡି କରିବା ପରେ ରବିବାର ଭୁବନେଶ୍ୱର ଆରଟିଓ-୨ରୁ ୪୭ ଜଣ ନିୟମ ଉଲଘଂନକାରୀ ଧରାପଡିଛନ୍ତି। ସେମାନଙ୍କଠାରୁ ଜରିମାନା ବାବଦକୁ ୩ଲକ୍ଷ ୩୫ ହଜାର ଟଙ୍କାର ଚାଲାଣ କଟାଯାଇଥିବା ସୂଚନା ମିଳିଛି। ସେହିପରି ଆରଟିଓ-୧ରେ ୩୮ ଜଣ ନିୟମ ଉଲଂଘନକାରୀଙ୍କଠାରୁ ୧ଲକ୍ଷ ୩୩ ହଜାର ଟଙ୍କା ଆଦାୟ ହୋଇଛି। କେନ୍ଦୁଝରରେ ବିନା ହେଲମେଟରେ ୬୦ ଜଣରୁ ଅଧିକ ଧରାପଡିଛନ୍ତି। ୧୦ ଜଣ ମଦୁଆ ଗାଡି ଚାଳକ ଗିରଫ ହୋଇଥିବା ବେଳେ ଏକ ଲକ୍ଷରୁ ଅଧିକ ଟଙ୍କା ଜରିମାନା ଆଦାୟ ହୋଇଛି।
