ବାରହା ଆକ୍ରମଣର ମହିଳା ମୃତ

ବାରହା ଆକ୍ରମଣର ମହିଳା ମୃତ

ରାଜ୍ୟ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ବାରହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ତନ୍ତିଆ ପାଳ ମେରାଇନ ଥାନା ନରସିଂହପୁର ଗାଁରେ ବୋଲି ଜଣାପଡ଼ିଛି। ବୁଧବାର ବିଳମ୍ବିତ ରାତିରେ ମହିଳା ଜଣଙ୍କ ଘର ବାହାରକୁ ଯାଇଥିବା ବେଳେ ବାରହା ଆକ୍ରମଣର ଶିକାର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।