ଧନର ଅଭାବ ରହୁଛି କି ? ଆସନ୍ତୁ ଜାଣିବା ମା’ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ଉପାୟ

ଧନର ଅଭାବ ରହୁଛି କି ? ଆସନ୍ତୁ ଜାଣିବା ମା’ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ଉପାୟ

ସଂସ୍କୃତି

ମା’ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିଲେ ଘରେ ଧନର ଅଭାବ ହୋଇ ନଥାଏ। ମା’ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ। ସେହିପରି ଯଦି କାହା ଉପରେ ମା’ କ୍ରୋଧିତ ହୁଅନ୍ତି ଅର୍ଥାତ୍ କୋପ ଦୃଷ୍ଟି ପକାନ୍ତି ତେବେ ସେ ତଳିତଳାନ୍ତ ହୋଇଯାଏ। ଯଦି ଆପଣ ମଧ୍ୟ ଚାହୁଁଛନ୍ତି କି ଆପଣଙ୍କ ଉପରେ ମା’ ପ୍ରସନ୍ନ ହୁଅନ୍ତୁ ତେବେ କରନ୍ତୁ ଏହି କାମ – -ମା ଲକ୍ଷ୍ମୀଙ୍କୁ ନାଲି ବସ୍ତ୍ର ଏବଂ କଉଡ଼ି ଅତି ପ୍ରିୟ। ତେଣୁ ମା’ଙ୍କୁ ପୂଜା କରିବା ସମୟରେ ଏହି ଦୁଇ ବସ୍ତୁର ବ୍ୟବହାର କରନ୍ତୁ। ଏହାଦ୍ବାରା ଘରେ ଧନର ଅଭାବ ହୋଇନଥାଏ। -ସୋମବାର ମା’ଲକ୍ଷ୍ମୀଙ୍କୁ ଫୁଟିଥିବା ପଦ୍ମ ଫୁଲ ଅର୍ପଣ କରନ୍ତୁ। କାରଣ ମା’ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଅତି ପ୍ରିୟ ହୋଇଥାଏ। ଏହି ଫୁଲ ଦେଇ ମା’ଙ୍କ ପୂଜା କରିବା ଦ୍ବାରା ଧନ ଲାଭ ହେବା ସହ ଘରେ ସୁଖଶାନ୍ତି ବଜାୟ ରହିଥାଏ। -ପଦ୍ମ ଫୁଲ ଉପରେ ବିରାଜିତ ଲକ୍ଷ୍ମୀଙ୍କ ଫଟୋକୁ ବହୁତ ଶୁଭ କୁହାଯାଇଥାଏ। ପୂଜାଘରେ ଏପରି ଫଟୋ ରଖି ପୂଜା ବିଧା ଅବଲମ୍ବନ କରିବା ଦ୍ବାରା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। -ଘରେ କିମ୍ବା ଅଗଣାରେ ମୁରୁଜରେ ସ୍ବସ୍ତିକ ଚିହ୍ନ ବନାନ୍ତୁ। ଏହା କରିବା ଦ୍ବାରା ଘରେ ଲକ୍ଷ୍ମୀଙ୍କର କୃପା ରହିଥାଏ। ଏହା ଦ୍ବାରା ଜୀବନରେ ଆସିଥିବା ବାଧାବିଘ୍ନ ଦୂର ହୋଇଥାଏ।