ଟଙ୍କା ସଞ୍ଚୟ କରିବେ କିପରି ?

ଟଙ୍କା ସଞ୍ଚୟ କରିବେ କିପରି ?

ଜାଣିବା କଥା

ଏଭଳି ସଂଖ୍ୟାଧିକ ଦମ୍ପତି ଅଛନ୍ତି, ଯେଉଁମାନେ ଉଚ୍ଚପଦସ୍ଥ ହୋଇ ମୋଟା ଅଙ୍କର ଦରମା ପାଉଥିବା ସତ୍ତ୍ୱେ ସଞ୍ଚୟ କରିପାରନ୍ତି ନାହିଁ । ବେଶୀ ପରିମାଣର ନ ହେଲେ ମଧ୍ୟ ଅଳ୍ପ ଅଳ୍ପ ସଞ୍ଚୟ କରିବା ଦ୍ୱାରା ଅସୁବିଧା ସମୟରେ ଏହା କାମରେ ଆସିଥାଏ । ଆସନ୍ତା ମାସର ଦରମା ପାଇବା ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀ କେତୋଟି ନିୟମ ମାନି ଚଳନ୍ତୁ । ପ୍ରଥମ କଥା ହେଲା, ନିଜ ମାସିକ ଖର୍ଚ୍ଚର ତାଲିକା କରନ୍ତୁ । ଅନାବଶ୍ୟକ ଜିନିଷକୁ ଏଥିରୁ ବାଦ୍ ଦେବା ହିଁ ବୁଦ୍ଧିମତ୍ତାର ପରିଚୟ । ନିଜ ହାତ ଖର୍ଚ୍ଚ ପୋଷାକପତ୍ର କିଣା, ବିଦୁ୍ରତ ବିଲ, ଘର ସଉଦା ଇତ୍ୟାଦିର ଏକ ଆନୁମାନିକ ହିସାବ ଲାଗି ଏଥର ଚଳିବାକୁ ଚେଷ୍ଟା କରିବେ । ଦ୍ୱିତୀୟ କଥା, କ୍ରେଡିଟ କାଡର଼୍ ବ୍ୟବହାର କରୁଥିଲେ ଆବଶ୍ୟକତାଠାରୁ ଅଧିକ ସତର୍କ ହୁଅନ୍ତୁ । ଏହି କାର୍ଡ କାରଣରୁ ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ବଢ଼ିଥାଏ । ନିକଟରେ ହୋଇଥିବା ସର୍ବେକ୍ଷଣ ଅନୁସାରେ, ବୁଦ୍ଧିମାନ ଲୋକ ମଧ୍ୟ କ୍ରେଡିଟ କାର୍ଡର ଯଥା ଉପଯୋଗ କରିପାରୁନାହାନ୍ତି । ଏଣୁ ଭାବିଚିନ୍ତି ଏହାର ବ୍ୟବହାର କରିବା ଉଚିତ । ଅତି ଜରୁରୀ ପରିସ୍ଥିତିରେ କ୍ରେଡିଟ୍ କାର୍ଡର ଉପଯୋଗ କରନ୍ତୁ । ନିଜ ଆୟକୁ ଦେଖି ବ୍ୟୟ କରିବାର ଯୋଜନା କରିବା ସବୁଠୁ ଉଚିତ ପଦକ୍ଷେପ । ଅଯଥାରେ ଧାର ଉଧାର ନ କରି ନିଜ ଦରମା ଟଙ୍କାରେ ଚଳିବାକୁ ଚେଷ୍ଟା କରନ୍ତୁ । ଦେଖିବେ, ସଞ୍ଚୟ ଖୁବ ସହଜରେ ହେବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଯେ, ଯେପରି ହେଉ ପ୍ରତି ମାସରେ ଅଳ୍ପ କିଛି କିଛି ଟଙ୍କା ବ୍ୟାଙ୍କରେ ଜମା କରନ୍ତୁ । ନଚେତ ବ୍ୟାଙ୍କ କର୍ମଚାରୀଙ୍କ ପରାମର୍ଶ ନେଇ ସେଠାରେ ଉପଲବ୍ଧ ଥିବା ଅନ୍ୟାନ୍ୟ ସୁବିଧାରେ ମଧ୍ୟ ଟଙ୍କା ଜମା କରିପାରିବେ ।