ଆଠଗଡ - ଆଠଗଡ଼ ବିଧାୟକ ତଥା ବର୍ତ୍ତମାନର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୨୦୦୯ ମସିହାରେ ହୋଇଥିବା ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ ପାର୍ଥୀପତ୍ର ଦାଖଲ କରିଥିଲେ ହେଲେ ଯେଉଁ ଭଳି ଢଙ୍ଗରେ ତାଙ୍କର ପ୍ରାର୍ଥୀପତ୍ର ନାକଚ କରାଯାଇ ତଙ୍କୁ ନିର୍ବାଚନରୁ ବାଦ ଦିଆଗଲା ତାର ନ୍ୟାୟ ପାଇଁ ମନ୍ତ୍ରୀ ଶ୍ରୀଯୁକ୍ତ ସ୍ୱାଇଁ ମାନ୍ୟବର ସର୍ବୋଚ୍ଚ ଅଦାଲତରେ ଆବେଦଜ କରିଥିଲେ ଏବଂ ସର୍ବୋଚ୍ଚ ଅଦାଲତ ତାଙ୍କୁ ଏହି ଘଟଣାରେ ଦୋଷମୁୁକ୍ତ କରିବା ସହିତ ନିର୍ବାଚନକୁ ଅସିଧ ଘୋଷଣା ୨୦୧୨ ମସିହା ଡିସେମ୍ବର ୯ତାରିଖରେ କରିଥିଲେ । ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟର ଅଷ୍ଟମବର୍ଷ ପୂ୍ର୍ତ୍ତି ଅବସରରେ ଆଠଗଡ଼ର ସ୍ୱାଭିମାନ ଏକତା ମଞ୍ଚ ପକ୍ଷରୁ ଅଷ୍ଟମ ସ୍ୱାଭିମାନ ଦିବସ ଆଠଗଡ଼ ସହରସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଆଠଗଡ଼ ସହର ଉପକଣ୍ଠ ରାଧାଗୋବିନ୍ଦପୁରସ୍ଥିତ ହନୁମାନ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ତକ୍ରାଳୀନ ପ୍ରଶାସନ ଦ୍ୱାରା ନିଷ୍ପତ୍ତିକୁ ମାନ୍ୟବର ନ୍ୟାୟାଳୟଙ୍କ ଦ୍ୱାରା ଖଣ୍ଡନ ସମ୍ବନ୍ଧୀୟ ବିଭିନ୍ନ ନାରାବାଜି ସହିତ ସହର ପରିକ୍ରମା କରିଥିଲା । ସ୍ଥାନିୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ମଞ୍ଚର ସଭାପତି ବିଶିଷ୍ଟ ଶିକ୍ଷାବିତ୍ ହେମନ୍ତ କୁମାର ତି୍ରପାଠୀଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମଞ୍ଚର ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ବିଶିଷ୍ଟ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ସୂଚନା ଅଧିକାର କର୍ମୀ ବିଜୟ କୁମାର ପରିଡ଼ା ପ୍ରମୁଖ ଅତିଥିଭାବେ ଯୋଗଦାନ କରିଥିଲେ । ମଞ୍ଚର କାର୍ଯ୍ୟକାରୀ ସଭାପତି ସରକାରୀ ଅଧିବକ୍ତା ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ଦ୍ୱାରା ପରିଚାଳିତ ଉକ୍ତ ମଞ୍ଚରେ ଅନ୍ୟମାନଙ୍କ ମଧ୍ୟରେ ସରକାରୀ ଅଧିବକ୍ତା ସତ୍ୟେନ୍ ପଣ୍ଡା, ବିନୟ କୁମାର ଶୁକ୍ଲା, ଛାତ୍ରନେତା ଜ୍ୟୋତିରଂଜନ ପ୍ରଧାନ, ଆଠଗଡ଼ ଗୋପବନ୍ଧୁ ମହାବିଦ୍ୟାଳୟର ପୂର୍ବତନ ସଭାପତି ସନ୍ତୋଷ ବାରିକ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କର ପ୍ରାର୍ଥୀପତ୍ର ନାକଚ , ଓଡ଼ିଶା ମାନ୍ୟବର ହାଇକୋର୍ଟ ଓ ସର୍ବୋଚ୍ଚ ନ୍ୟାୟାଳୟ ରାୟ ସମ୍ବନ୍ଧୀୟ ଏକ ପ୍ରାମାଣିକ ଚଳଚ୍ଚିତ୍ର ପରିବେଷଣ କରାଯାଇଥିଲା । ଉକ୍ତ ଦିବସରେ ଆଠଗଡ଼ ନିର୍ବାଚନ ମଣ୍ଡଳୀର ଶତାଧିକ ରଣେନ୍ଦ୍ରଙ୍କ ସମର୍ଥକମାନେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଠଗଡ଼ ବ୍ଲକ ବିଜେଡ଼ି ସଭାପତି ରବିନ୍ଦ୍ରନାଥ ରାଉତ, କାର୍ଯ୍ୟାଳୟ ସମ୍ପାଦକ ରଂଜନ କୁମାର ଜେନା, ବରିଷ୍ଠ ବିଜେଡ଼ି ନେତା ନୃସିଂହ ଚରଣ ମହାପାତ୍ର, ସୁଶାନ୍ତ ନାୟକ, ଶେଖ୍ ଶାହାଜାନ୍, ଲଲିତେନ୍ଦୁ ସେନାପତି, ଯୁବନେତା ପ୍ରକାଶ ରାଉତ, ବିଶିଷ୍ଟ ବିଜେଡ଼ି ନେତ୍ରୀ ଶାନ୍ତିଲତାବେହେରା, ଲକ୍ଷ୍ମୀପି୍ରୟା ବେହେରା, ସବିତା ରାଉତ ପ୍ରମୁଖ ଯୋଗଦାନ କରିଥିଲେ । ଯୁବ ଆଇନଜୀବି ସତ୍ୟେନ୍ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ବ୍ୟକ୍ତିଗତ ସହାୟକ ତାପସ କୁମାର ପ୍ରଧାନ ଓ ନିରାକାର ଲେଙ୍କା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।
