ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ବିଧେୟକ – ୨୦୧୯କୁ ନେଇ ସାରା ଭାରତବର୍ଷରେ ବହୁ ବିରୋଧ ବାଦବିବାଦ ଲାଗିରହିଥିଲା । ଦୀର୍ଘ ସମୟ ଧରି ଆଲୋଚନା ପର୍ୟ୍ୟାଲୋଚନା ପରେ ଐତିହାସିକ ନାଗରିକତା ସଂଶୋଧନ ବିଧେୟକ – ୨୦୧୯ ରାଜ୍ୟସଭାରେ ଅନୁମୋଦନ ଲାଭ କରିଛି। ଅନୁମୋଦନ ଲାଭ କରିବା ପରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ବୁଧବାର ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଧେୟକ ଆଗତ କରିଥିଲେ। ଏହା ସପକ୍ଷରେ ୧୨୫ଟି ଭୋଟ ମିଳିଥିବାବେଳେ ବିପକ୍ଷରେ ୧୦୫ଟି ଭୋଟ ମିଳିଛି। ତେବେ ବର୍ତ୍ତମାନ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଏହା ଆଇନରେ ପରିଣତ ହୋଇଯିବ। ପ୍ରଥମେ ବିଧେୟକ ସପକ୍ଷରେ ୧୧୭ ଭୋଟ ଓ ବିପକ୍ଷରେ ୯୨ ଖଣ୍ଡ ଭୋଟ ପଡ଼ିଥିଲା। ତେବେ କିଛି ସଦସ୍ୟ ସେମାନଙ୍କ ଭୋଟ ପଞ୍ଜିକୃତ ହୋଇ ନଥିବା ଅଭିଯୋଗ କରିଥିଲେ। ଏହାପରେ ପୁଣିଥରେ ଚିଟ୍ ବଣ୍ଟା ଯାଇଥିଲା। ଶେଷରେ ବିଧେୟକ ସପକ୍ଷରେ ୧୨୫ ଓ ବିପକ୍ଷରେ ୧୦୫ ଖଣ୍ଡ ଭୋଟ ପଡ଼ିଥିବା ଜଣାପଡ଼ିଥିଲା।
