ମୁମ୍ବାଇ : ମୁମ୍ବାଇରେ ଟିମ ଇଣ୍ଡିଆର ମହାବିଜୟ । ୱେଷ୍ଟଇଣ୍ଡିଜ ବିପକ୍ଷରେ ତିନି ଟିକିଆ ୨୦-୨୦ ଶୃଙ୍କଳାକୁ ୨-୧ରେ ଜିତିଲା ଟିମ ଇଣ୍ଡିଆ । ପ୍ରଥମ ମୁକାବିଲାକୁ ହାରିବା ପରେ ଦ୍ୱତିୟଟିରେ ବିଜୟି ହୋଇଥିଲା । ନିଣ୍ଣାୟକ ତୃତିୟ ଲଢେଇରେ ଭାରତ ଠାରୁ ୬୭ରନରେ ପରାଜିତ ହୋଇଛି । ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା, ଲୋକେଶ ରାହୁଲ୍ ଏବଂ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୪୦ ରନର ବିଶାଳ ସ୍କୋର କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍ ୮ ୱିକେଟ୍ ହରାଇ ୧୭୩ ରନ୍ କରିବାକୁ ସକ୍ଷମ ହୋଇଛି। ଭାରତ ପକ୍ଷରୁ ରାହୁଲ୍ ସର୍ବାଧିକ ୯୧ (୫୬ ବଲ୍, ୯ ଚୌକା, ୪ ଛକା) ରନ୍ କରିଥିବା ବେଳେ ରୋହିତ୍ତ ୭୧ (୩୪ ବଲ୍, ୬ ଚୌକା, ୫ ଛକା) ଏବଂ କୋହଲି ଅପରାଜିତ ୭୦ (୨୯ ବଲ୍, ୪ ଚୌକା, ୭ ଛକା) ରନ୍ କରିଛନ୍ତି। ଦମଦାର ଇନିଂସ୍ ଖେଳିଥିବା କୋହଲି ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ୨୪୧ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ୱେଷ୍ଟଇଣ୍ଡିଜ୍ ପ୍ରାରମ୍ଭିକ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା। ଟିମ୍ ୧୭ ରନରେ ତା’ର ଶୀର୍ଷ ତିନି ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା। ଆହତ ଏଭିନ୍ ଲୁଇସଙ୍କ ସ୍ଥାନରେ ଓପନ୍ କରିବାକୁ ଆସିଥିବା ବ୍ରାଣ୍ଡନ୍ କିଙ୍ଗ୍ (୫)ଙ୍କୁ ଭୁବନେଶ୍ୱର ପ୍ୟାଭିଲିୟ୍ ପଠାଇଥିବା ବେଳେ ଲେଣ୍ଡଲ ସିମନ୍ସ (୭)ଙ୍କୁ ମହମ୍ମଦ ଶାମି ଏବଂ ନିକୋଲାସ ପୁରନ୍ (୦)ଙ୍କୁ ଦୀପକ ଚହର୍ ଆଉଟ୍ କରିଥିଲେ। ଶିମରନ୍ ହେଟମେୟର୍ ଓ କ୍ୟାପଟେନ୍ କାଇରନ୍ ପୋଲାର୍ଡ ଚତୁର୍ଥ ୱିକେଟ୍ ପାଇଁ ୭୪ ରନ୍ ଯୋଡ଼ିଥିଲେ ହେଁ, ତାହା ଟିମକୁ ଜିତାଇବା ଯଥେଷ୍ଟ ନଥିଲା। ହେଟମେୟର୍ ୪୧ (୨୪ ବଲ୍, ୧ ଚୌକା, ୫ ଛକା) ରନ୍ କରି କୁଲଦୀପ ଯାଦବଙ୍କ ଶିକାର ହୋଇଥିଲା। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଜେସନ୍ ହୋଲ୍ଡର୍ (୮) ନିରାଶ କରିଥିଲେ। ପୋଲାର୍ଡ ଦ୍ରୁତ ରନ୍ କରିଥିଲେ ହେଁ, ଠିକଣା ସମୟରେ ନିଜ ୱିକେଟ୍ ଦେଇ ବସିଥିଲେ। ପୋଲାର୍ଡ ୩୯ ବଲରେ ୫ ଚୌକା ଓ ୬ ଛକା ସହ ବ୍ୟକ୍ତିଗତ ୬୮ ରନ୍ ଭୁବନେଶ୍ୱରଙ୍କ ବଲରେ ଆଉଟ୍ ହୋଇଥିଲେ। ପୋଲାର୍ଡଙ୍କ ଆଉଟ୍ ପରେ ଇଣ୍ଡିଜର ଆଶା ମଉଳି ଯାଇଥିଲା ଏବଂ ଟିମ୍ ୧୭୩ ରନରେ ସୀମିତ ରହିଥିଲା। ଭାରତ ପକ୍ଷରୁ ଚହର୍, ଭୁବନେଶ୍ୱର, ଶାମି ଓ କୁଲଦୀପ ୨ଟି ଲେଖାଏ ୱିକେଟ୍ ନେଇଥିଲେ।
