ଦିଲ୍ଲୀ - ସିଏଏକୁ ବିରୋଧ କରି ଅନେ୍ଦାଳନ କରିଥିବା ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ଦମନ ଲିଳାକୁ କଂଗ୍ରେସ ନିନ୍ଦା କରିବା ସହ ଆଜି ରାଷ୍ଟ୍ରପତିଙ୍କ ଫାଖରେ ଫେରାଦ ହେବ କଂଗ୍ରେସ । ପୁଲିସ୍ ଆକ୍ରମଣର ଶିକାର ହୋଇଥିବା ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଓ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସପକ୍ଷରେ ବାହାରିଛି କଂଗ୍ରେସ। ପୁଲିସର ବର୍ବରତା ବିରୋଧରେ ଆଜି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଟିମ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବ। ଏଠାରେ କଂଗ୍ରେସ ପୁଲିସ ବର୍ବରତା ସହ କେନ୍ଦ୍ର ସରକାର ଲାଗୁ କରିଥିବା ସିଏଏ ବିରୋଧରେ ନିଜର ଅଭିଯୋଗ ଦାଖଲ କରିବ। କଂଗ୍ରେସର ଏହି ପ୍ରତିନିଧି ଟିମ୍ରେ ଆଉ କିଛି ବିରୋଧୀ ଦଳର ନେତା ରହିବେ ବୋଲି ବରିଷ୍ଠ କଂଗ୍ରେସ ନେତା ଏକେ ଆଣ୍ଟୋନି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଆଜି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ ଦଳର ଅନ୍ୟ ନେତାମାନେ ଛାତ୍ରଛାତ୍ରୀଙ୍କୁ ସମର୍ଥନ କରି ଇଣ୍ଡିଆ ଗେଟ୍ରେ ଅପରାହ୍ଣ ୪ଟାରୁ ୬ଟା ଯାଏ ଆନ୍ଦୋଳନ କରିଥିଲେ।
