ଭାରତରେ ଥିବା ମୁସଲିମ ଶରଣାର୍ଥୀଙ୍କ ପାଇଁ ପାକିସ୍ତାନରେ ଜାଗା ନାହିଁ

ଭାରତରେ ଥିବା ମୁସଲିମ ଶରଣାର୍ଥୀଙ୍କ ପାଇଁ ପାକିସ୍ତାନରେ ଜାଗା ନାହିଁ

ଜାତୀୟ ଖବର

ଏନଆରସି ଲାଗୁ ହେବା ଫଳରେ ଲକ୍ଷ ଲକ୍ଷ ମୁସଲମାନ ଶରଣାର୍ଥୀଙ୍କୁ ଭାରତ ଛାଡିବାକୁ ପଡିବ । ଯାହା ବିଶ୍ୱର ସବୁ ସମସ୍ୟା ଆଗରେ ଛୋଟ ହୋଇଯିବ । ଭାରତ ଛାଡୁଥିବା ମୁସଲିମ ଶରଣାର୍ଥୀଙ୍କୁ ପାକିସ୍ଥାନ ମାଟିରେ ସ୍ଥାନ ନାହିଁ ବୋଲି ରୋକଠୋକ ଶୁଣାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ସ୍ବିଜରଲାଣ୍ଡର ଜେନିଭାରେ ଆୟୋଜିତ ଗ୍ଲୋବାଲ ଫୋରମ ଅଫ ରିଫ୍ୟୁଜିରେ ଯୋଗଦେଇ ଇମ୍ରାନ କହିଛନ୍ତି, ଭାରତରେ ଏହି ଆଇନ ଲାଗୁ ହେବା ଫଳରେ ଲକ୍ଷ ଲକ୍ଷ ମୁସଲମାନଙ୍କୁ ଭାରତ ଛାଡ଼ିବାକୁ ପଡ଼ିବ ଏବଂ ଏହା ସେହି ଶରଣାର୍ଥୀମାନଙ୍କ ପାଇଁ ସମସ୍ୟା ହେବ, ଯାହା ଆଗରେ ବିଶ୍ଵର ସବୁ ସମସ୍ୟା ଛୋଟ ହୋଇଯିବ। ସେ ଆହୁରି କହିଛନ୍ତି ଯେ, ଏହି ଶରଣାର୍ଥୀ ସଙ୍କଟ ପାଇଁ ଦକ୍ଷିଣ ଏସିଆର ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ବିବାଦ ସୃଷ୍ଟି ହୋଇପାରେ। ଇମ୍ରାନ କହିଛନ୍ତି, ବିବାଦୀୟ କାଶ୍ମୀରରେ ଭାରତ ଦ୍ବାରା ଲଗାଯାଇଥିବା କର୍ଫ୍ୟୁକୁ ଦୃଷ୍ଟିରେ ରଖି ଭାରତରୁ ଆସିବାକୁ ଥିବା ଅଧିକ ଶରଣାର୍ଥୀଙ୍କୁ ପାକିସ୍ତାନ ସ୍ଥାନ ଦେବନାହିଁ।