ପୁରୀ - ବେଳାଭୂମିରେ ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ଥ୍ରି ଡି ସ୍ୟାଣ୍ଡ ଆର୍ଟ ପ୍ରସ୍ତୁତ କରିଛନ୍ତି। ତେବେ ଆଜି ବଡ଼ଦିନ ହୋଇଥିବାରୁ ପୁରୀ ମେ ଫେୟାର ବେଳାଭୂମିରେ ଶ୍ରୀ ପଟ୍ଟନାୟକ ଓ ତାଙ୍କ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି ବାଲୁକା କଳା ପ୍ରସ୍ତୁତ କରିଛନ୍ତି। ଏହା ବିଶ୍ବର ସର୍ବବୃହତ୍ ଥ୍ରି ଡି ସ୍ୟାଣ୍ଡ୍ ଆର୍ଟ ମାନ୍ୟତା ପାଇବ ବୋଲି ଶ୍ରୀ ପଟ୍ଟନାୟକ ମତ ରଖିଛନ୍ତି। ପୂର୍ବରୁ କେବଳ ବାଲି ଗଦା କରାଯାଇ ବାଲୁକା କଳା ପ୍ରସ୍ତୁତ କରାଯାଇଥିଲା। ଏଥର କେବଳ ବାଲି ଉପରେ ଏହାକୁ କରାଯାଇଛି। ୨୫ ଶହ ବର୍ଗଫୁଟ ଅଞ୍ଚଳରେ ଏହି ବାଲୁକା କଳା ପ୍ରସ୍ତୁତ କରାଯାଇଛି। ଏହାକୁ ଦେଖିବାକୁ ଆସୁଥିବା ପର୍ୟ୍ୟଟକମାନେ ବାଲି ଉପରେ ନିର୍ମିତ ସାନ୍ତାକ୍ଲଜ ସହିତ ହାତ ମିଳାଇ ପାରିବେ। ସବୁଜ ବାର୍ତ୍ତା ଦେବା ପାଇଁ ସାନ୍ତାକ୍ଲଜ ଏକ ଚାରା ଉପହାର ଦେଉଥିବା ଦୃଶ୍ୟ ମଧ୍ୟ ବାଲୁକା କଳାରେ ରହିଛି।
