ଆରବିଆଇ ରିପୋର୍ଟ, ୭୫% ବଢିଛି ବ୍ୟାଙ୍କ ଠକେଇ

ଆରବିଆଇ ରିପୋର୍ଟ, ୭୫% ବଢିଛି ବ୍ୟାଙ୍କ ଠକେଇ

ବେପାର ବଣିଜ

ନୂଆଦିଲ୍ଲୀ - ଗତ ଆର୍ଥିକ ବର୍ଷ (୨୦୧୮-୧୯)ରେ ବ୍ୟାଙ୍କ ଠକେଇରେ ୭୪% ବୃଦ୍ଧି ଘଟିଥିଲା । ସେହିବର୍ଷ ୭୧,୫୪୩ କୋଟି ଟଙ୍କାର ଠକେଇ ହୋଇଥିଲା ବୋଲି ରିଜର୍ଭ ବ୍ୟାଙ୍କର ଏକ ରିପୋର୍ଟରୁ ଜଣାପଡ଼ିଛି । ୨୦୧୭-୧୮ରେ ୪୧,୧୬୭ କୋଟି ଟଙ୍କାର ଠକେଇ ହୋଇଥିଲା । ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ସରକାରୀ ବ୍ୟାଙ୍କଗୁଡ଼ିକରେ ଅଧିକ ଠକେଇ ହୋଇଥିଲା । ମୋଟ ଠକେଇର ୫୫.୪% ସରକାରୀ ବ୍ୟାଙ୍କରେ ହୋଇଥିଲା । ମାତ୍ର ଠକେଇ ସହତ ଜଡ଼ିତ ଟଙ୍କାକୁ ବିଚାରକୁ ନେଲେ ସରକାରୀ ବ୍ୟାଙ୍କରେ ୯୦.୨% ଠକେଇ ହୋଇଥିବା କୁହାଯାଇପାରିବ । ଠକେଇକୁ ନେଇ ଯେଉଁ ମାମଲା ରୁଜୁ କରାଯାଏ ସେଥିରେ ବୃଦ୍ଧି ଘଟିଥିଲା । ୨୦୧୭-୧୮ରେ ବ୍ୟାଙ୍କ ଠକେଇକୁ ନେଇ ୫୯୧୬ଟି ମାମଲା ଦାୟର କରାଯାଇଥିଲା । ୨୦୧୮-୧୯ରେ ସେହି ସଂଖ୍ୟା ୬୮୦୧କୁ ବୃଦ୍ଧି ପାଇଥିଲା । ସରକାରୀ ବ୍ୟାଙ୍କଗୁଡ଼ିକର ଠକେଇ ସଂଖ୍ୟା ୯୧.୬% ବଢ଼ÿିଥିବା ବେଳେ ଘରୋଇ କ୍ଷେତ୍ର ବ୍ୟାଙ୍କରେ ୩୦.୭% ଓ ବିଦେଶୀ ବ୍ୟାଙ୍କରେ ୧୧.୨% ବଢ଼ିଛି । କାର୍ଡ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ଜରିଆରେ ୭୧ କୋଟି ଟଙ୍କାର ଠକେଇ ହୋଇଥିଲା ଯେଉଁଥି ପାଇଁ ବ୍ୟାଙ୍କଗୁଡ଼ିକ ୧୮୬୬ଟି ମାମଲା ଦାୟର କରିଥିଲେ ବୋଲି ରିଜର୍ଭ ବ୍ୟାଙ୍କ ରିପୋର୍ଟରୁ ଜଣାପଡ଼ିଛି ।