ଜିଏସଟି ଖିଲାପ କଲେ ସମ୍ପତ୍ତି ସିଲ୍ ହେବ

ଜିଏସଟି ଖିଲାପ କଲେ ସମ୍ପତ୍ତି ସିଲ୍ ହେବ

ରାଜ୍ୟ ଖବର

ଭୁବନେଶ୍ୱର - ଏଣିକି ଜିଏସଟି ଦାଖଲ କରିନଥିଲେ ବ୍ୟାଙ୍କ ଆକାଉଣ୍ଟ ସହ ସମ୍ପତ୍ତି ସିଲ ହେବ । ଧାର୍ଯ୍ୟ ସମୟରେ ରିଟର୍ଣ୍ଣ ଫାଇଲ କରିନଥିଲେ ଖିଲାପୀ ଘୋଷିତ ହେବେ । ସେଣ୍ଟ୍ରାଲ ବୋର୍ଡ ଅଫ ଇନଡାଇରେକ୍ଟ ଟେକ୍ସ ଏଣ୍ଡ କଷ୍ଟମସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଖିଲାପୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ଜିଏସଟି ଅଧିକାରୀଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଧାର୍ଯ୍ୟ ସମୟର ୫ ଦିନ ପରେ ଅନଲାଇନରେ ନୋଟିସ ଯିବ । ନୋଟିସର ୧୫ ଦିନ ଭିତରେ ଜିଏସଟି ଦାଖଲ ନକଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।