ଭୁବନେଶ୍ୱର - ଲିଙ୍ଗରାଜ ରିସର୍ଜ ସେଣ୍ଟର ଓ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ଭଜନ ମଣ୍ଡପ ପାଇଁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ କୋଟି ଟଙ୍କା ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ଏହି ନୂଆ କୋଠାରେ ୱାଚ୍ ଟାୱାର ସୁବିଧା କରାଯିବ। ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
