କାର୍ଯ୍ୟାଳୟରେ କାମର ଚାପକୁ କେମିତି କମ କରିବେ ଆସନ୍ତୁ ଜାଣିବା

କାର୍ଯ୍ୟାଳୟରେ କାମର ଚାପକୁ କେମିତି କମ କରିବେ ଆସନ୍ତୁ ଜାଣିବା

ବିଶେଷ ଖବର

ନିକଟରେ ହୋଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି ଯେ ପ୍ରତି ୧୫ ଜଣରେ ୭ ଜଣ ବ୍ୟକ୍ତି କାର୍ଯ୍ୟାଳୟରେ କାମର ଚାପରେ ଅତିଷ୍ଠ ହୋଇଯାଉଛନ୍ତି । ଏହି କାରଣରୁ ସେମାନେ ଅବସାଦ ରୋଗରେ ଆକ୍ରାନ୍ତ ହେବା ସହ ଚିଡଚିଡା ସ୍ୱଭାବର ମଧ୍ୟ ହୋଇଯାନ୍ତି । ବିଶେଷଜ୍ଞଙ୍କ ମତରେ ନିଜ କାମକୁ ଆବଶ୍ୟକତାଠାରୁ ଅଧିକ ପ୍ରାଧାନ୍ୟ ଦେଲେ ହିଁ ଏଭଳି ସମସ୍ୟା ଉପୁଜିଥାଏ । ସପ୍ତାହରେ ଯେଉଁ ଗୋଟିଏ ଦିନ ଛୁଟି ମିଳୁଛି, ପରିବାର ସହ କେଉଁଆଡେ଼ ବୁଲିବାକୁ ଚାଲିଯାନ୍ତୁ । ଦେଖିବେ ଫେରିବା ପରେ ଖୁବ୍ ଫୂର୍ତ୍ତି ଲାଗିବ । ନିଜ ବସ୍ଙ୍କ ତାଗିଦକୁ ସକରାତ୍ମକ ଭାବେ ଗ୍ରହଣ କରନ୍ତୁ । ଠିକ୍ ଭାବେ କାମ କଲେ ଆପଣଙ୍କର ହିଁ ପଦୋନ୍ନତି ହେବ, ଏହି ଚିନ୍ତାଧାରାରେ ଆଗେଇଯାନ୍ତୁ । ସହକର୍ମୀଙ୍କ ସହ ବନ୍ଧୁ ଭଳି ବ୍ୟବହାର କଲେ ହିଁ କାମର ଚାପ ଅନେକାଂଶରେ କମ୍ ହୋଇଥାଏ । ଅନ୍ୟ ଏକ ମୁଖ୍ୟ କଥା ହେଉଛି, କାମର ଚାପରେ ଅନେକ ନିଶାସେବନ କରିଥାନ୍ତି । ଏହା କୌଣସି ସମସ୍ୟାର ସମାଧାନ ନୁହେଁ । ବରଂ ଏଭଳି ବଦଭ୍ୟାସ କାରଣରୁ ଆପଣଙ୍କ ବ୍ୟକ୍ତିଗତ ଓ ଚାକିରି ଜୀବନ ଉଭୟ ପ୍ରଭାବିତ ହୋଇଥାଏ । ଘରକୁ ଫେରିବା ପରେ ଟିଭି ଦେଖନ୍ତୁ, ପତି୍ରକା ପଢ଼ନ୍ତୁ, ନଚେତ ନିଜ ପିଲାଙ୍କ ସହ କିଛି ସମୟ ବିତାନ୍ତୁ । ଆପଣଙ୍କ ଚାକିରି ଜୀବନର ଚାପ କେଉଁଆଡେ଼ ଚାଲିଯିବ, ଆପଣ ନିଜେ ମଧ୍ୟ ଜାଣିପାରିବେ ନାହିଁ ।