ତୁମଠୁ ଆରମ୍ଭ ପ୍ରଭୁ ତୁମଠାରେ ଶେଷ, ବ୍ରହ୍ମରୁ ଶୁଭୁଛି ଶୁଣ ଓମ୍ ସାଇନାଥ, ଶିରୀଡିବାଲେ ତେରା ହୋ ଯାଉ ଏମିତି ବହୁ ସାଇ ଭଜନର ଭକ୍ତିରସରେ ଭିଜି ଯାଇଥିଲା ବରମୁଣ୍ଡା ଦୂର୍ଗାପୂଜା ପଡିଆ । ହଜାର ହଜାର ସାଇ ଶ୍ରଦ୍ଧାଳୁଙ୍କ ମୁହଁରୁ ହରିବୋଲ, ହୁଳହୁଳି ସାଙ୍ଗକୁ ସାଇନାଥ ମହାରାଜ କି ଜୟ ଧ୍ୱନିରେ କମ୍ପି ଉଠୁଥିଲା ପରିବେଶ । ଗୁରୁବାର ସନ୍ଧ୍ୟାରେ ବରମୁଣ୍ଡା ପଡିଆରେ କେ-୧ ଲାଇଫ୍ ତରଫରୁ ଏହି ଭଜନ ସନ୍ଧ୍ୟା ଆୟୋଜିତ କରାଯାଇଥିଲା । ଏହି ସନ୍ଧ୍ୟାରେ ପଂଚାୟତିରାଜ ମନ୍ଦ୍ରୀ ପ୍ରତାପ ଜେନା ଓ ପୂର୍ବତନ ସାଂସଦ ଅମର ପ୍ରଧାନ ଅତିଥିଭାବେ ଉପସ୍ଥିତ ରହି ସାଇ ଶ୍ରଦ୍ଧାଳୁମାନଙ୍କୁ ଉତ୍ସାହିତ କରିଥିଲେ । ପୂର୍ବରୁ ଅନୁଷ୍ଠିତ ହୋଇଥିବା ସାଇ ଭଜନ ପ୍ରତିଯୋଗୀତାର କୃତୀ ଶିଶୁ କଳାକାରମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ମାନସ ଚୌଧୁରୀଙ୍କ ପରିଚାଳନାରେ କେ-୧ ଲାଇଫ୍ ପରିବାର ତତ୍ୱାବଧାନରେ ଅନୁଷ୍ଠିତ ଏହି ସାଇ ଭଜନ ସନ୍ଧ୍ୟା ୫ଟାରୁ ଆରମ୍ଭ ହୋଇ ରାତି ୧୧ଟା ପର୍ଯ୍ୟନ୍ତ ଚାଲିଥିଲା । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ, ଜନ୍ମେଜୟ ଲେଙ୍କା, ଅର୍ଚ୍ଚନା ସାମଲ ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ ।
