ଇରାନକୁ ଏକଘରକିଆ କରିବା ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିଶ୍ୱବାସୀକୁ ଆହ୍ୱାନ

ଇରାନକୁ ଏକଘରକିଆ କରିବା ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିଶ୍ୱବାସୀକୁ ଆହ୍ୱାନ

ଜାତୀୟ ଖବର

ହ୍ୱାଇଟ ହାଉସ୍ - ଇରାନ୍ ହମଲା ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଣ କହିବେ ସେ ନେଇ ସାରା ବିଶ୍ୱବାସୀଙ୍କ ଉପରେ ନଜର ଥିଲା। ତେବେ ଆମେରିକା ହ୍ୱାଇଟ୍ ହାଉସରେ ରାଷ୍ଟ୍ରପତି କହିଛନ୍ତି ଯେ ଇରାନ୍ ମିଶାଇଲ ମାଡରେ କୌଣସି ଆମେରିକାନ୍ ମରିନାହାନ୍ତି। ଆମେରିକା ଏୟାରବେସର ସାମାନ୍ୟ କ୍ଷତି ହୋଇଛି। ସୋଲେମାନୀ ବିଶ୍ୱର ସବୁଠାରୁ ବଡ ଆତଙ୍କବାଦୀ ଥିଲା। ତାଙ୍କୁୁ ବହୁ ଆଗରୁ ମାରିଦେବାର ଥିଲା। ତାଙ୍କୁ ମାରିବା ଠିକ୍ ପଦକ୍ଷେପ ଥିଲା ବୋଲି ସେ କହିଛନ୍ତି। ଏବେ ଇରାନ୍ ପରମାଣୁ ଅସ୍ତ୍ର ଉପରେ ପ୍ରତିବନ୍ଧକ ଲଗାଯିବ। ଇରାନକୁ ଆଉ ପରମାଣୁ ଅସ୍ତ୍ର ତିଆରି କରିବାକୁ ଦିଆଯିବନି। ଇରାନରେ ହିଂସା ହେଲେ ଗଲଫରେ ଶାନ୍ତି ଫେରାଇ ଆଣିବା କଷ୍ଟକର। ଆମେରିକା ବାଗଦାଦୀକୁ ମାରିଥିବା ମଧ୍ୟ ସେ କହିଛନ୍ତି। ଇରାନକୁ ଏକଘରକିଆ କରିଦେବା ପାଇଁ ରାଷ୍ଟ୍ରପତି ଟ୍ରମ୍ପ ବିଶ୍ୱବାସୀକୁ ଆହ୍ୱାନ କରିଛନ୍ତି। ପ୍ରକାଶଥାଉକି ଆମେରିକାର ହମଲାରେ ଇରାନର ସେନା କମାଣ୍ଡର ସୋଲେମାନୀଙ୍କ ସମେତ ୫ଜଣ ନିହତ ହୋଇଥିଲେ। ଏହାର ଜବାବୀ ହମଲା ଇରାନ୍ ଆମେରିକା ଏୟାରବେସ୍ ଉପରେ ଆଜି ମିଶାଇଲ ମାଡ଼ କରିଥିଲା। ଏଥିରେ ୮୦ ଜଣ ଆମେରକୀୟ ମୃତ ବୋଲି ଇରାନ କହିଥିଲା।