ନୂଆଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ, ଜଣେ ମୃତ

ନୂଆଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ, ଜଣେ ମୃତ

ଜାତୀୟ ଖବର

ନୂଆଦିଲ୍ଲୀ - ରାଜଧାନୀ ଦିଲ୍ଲୀର ପତପାରଗଞ୍ଜ ଶିଳ୍ପାଞ୍ଚଳରେ ଥିବା ଏକ ପେପର ପ୍ରିଣ୍ଟି ପ୍ରେସରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟିଯାଇଛି। ତେବେ ଏହି ଅଗ୍ନିକାଣ୍ଡ ସମୟରେ ସେଠାରେ ଉପସ୍ଥି୍ତ ଥିବା ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ୩୨ଟି ଦମକଳ ଗାଡ଼ି ନିୟୋଜିତ କରାଯାଇଛି। ସୂଚନା ଅନୁସାରେ ଗୁରୁବାର ଭୋର କୌଣସି କାରଣରୁ ପ୍ରିଣ୍ଟିଂ ପ୍ରେସରେ ହଠାତ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ସମୟରେ ସେଠାରେ ଜଣଙ୍କର ମୃତ୍ୟୁ ହୋଇଛି। ତେବ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି।