କେଉଁ ଦଳର କେତେ ଆୟ ବଢିଛି ଆସନ୍ତୁ ଜାଣିବା  ?

କେଉଁ ଦଳର କେତେ ଆୟ ବଢିଛି ଆସନ୍ତୁ ଜାଣିବା ?

ଜାତୀୟ ଖବର

ନୂଆଦିଲ୍ଲୀ - ବିଜେପିର ଆୟ ୨୦୧୮-୧୯ରେ ଦୁଇଗୁଣ ହୋଇଛି । ନିର୍ବାଚନ କମିସନରେ ବିଜେପି ଦ୍ୱାରା ଦାଖଲ କରାଯାଇଥିବା ୨୦୧୮-୧୯ ଅଡିଟ୍ ରିପୋର୍ଟରୁ ଜଣାପଡ଼ିଛି ଯେ ବିଜେପିର ରୋଜଗାର ୨୦୧୮-୧୯ରେ ୨,୪୧୦ କୋଟିରୁ ଅଧିକ ଥିଲା । ୨୦୧୭-୧୮ ଅଡିଟ୍ ରିପୋର୍ଟରେ ବିଜେପିର ଆୟ ୧୦୨୭ କୋଟି ଥିଲା ବୋଲି ଦର୍ଶାଯାଇଥିଲା । ତେବେ ୨୦୧୮-୧୯ରେ ଏହା ୧୩୪ ପ୍ରତିଶତ ବୃଦ୍ଧି ପାଇଛି । ଅଡିଟ୍ ରିପୋର୍ଟ ଅନୁଯାୟୀ ୧୪୫୦ କୋଟିରୁ ଅଧିକ ଟଙ୍କା କେବଳ ନିର୍ବାଚନୀ ବଣ୍ଡ୍‍ରୁ ଆସିଛି । ୨୦୧୮-୧୯ରେ ବିଜେପି ଦ୍ୱାରା ୨୦୧୮-୧୯ରେ ୧୦୦୫ କୋଟିରୁ ଅଧିକ ଖର୍ଚ୍ଚ ହୋଇଥିବା ଘୋଷଣା କରାଯାଇଛି । ଦଳର ବାର୍ଷିକ ରିପୋର୍ଟରେ ଦର୍ଶାଯାଇଛି ଯେ ବିତ୍ତୀୟ ବର୍ଷ ପାଇଁ ୭୯୧.୪ କୋଟିରୁ ଅଧିକ ଟଙ୍କା ନିର୍ବାଚନ ଏବଂ ସାଧାରଣ ପ୍ରଚାରରେ ଖର୍ଚ୍ଚ କରାଯାଇଛି । ୨୦୧୭-୧୮ର ଖର୍ଚ୍ଚ ତୁଳନାରେ ଏହା ୩୨ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୭-୧୮ରେ ଏହି ଖର୍ଚ୍ଚ ୭୫୮ କୋଟି ଥିଲା । ଅନ୍ୟପକ୍ଷେ କଂଗ୍ରେସ ଦ୍ୱାରା ନିର୍ବାଚନ କମିସନ୍ଙ୍କ ନିକଟରେ ଦାଖଲ ହୋଇଥିବା ଅଡିଟ୍ ରିପୋର୍ଟରେ କୁହାଯାଇଛି ଯେ, ଦଳର ରୋଜଗାର ୩୬୧ ପ୍ରତିଶତ ବୃଦ୍ଧି ପାଇଛି । ଦଳ ୨୦୧୮-୧୯ରେ ୯୧୮ କୋଟି ଟଙ୍କା ଆୟ କରିଛି । ୨୦୧୭-୧୮ରେ ଏହାର ଆୟ ୧୯୯ କୋଟି ଟଙ୍କା ଥିଲା । ୨୦୧୮-୧୯ ଆୟରୁ ୩୮୩ କୋଟି ନିର୍ବାଚନୀ ବଣ୍ଡ୍‍ରୁ ଆସିଛି ବୋଲି କୁହାଯାଇଛି । ତେବେ ୨୦୧୭-୧୮ ତୁଳନାରେ ଏହା ଯଥେଷ୍ଟ ବୃଦ୍ଧି ପାଇଛି । ୨୦୧୭ -୧୮ରେ ନିର୍ବାଚନୀ ବଣ୍ଡ୍‍ରୁ ଦଳ ୫ ଲକ୍ଷ ରୋଜଗାର କରିଥିବା କୁହାଯାଇଥିଲା । କଂଗ୍ରେସ ୨୦୧୮-୧୯ରେ ୩୦୯ କୋଟି ନିର୍ବାଚନୀ ଖର୍ଚ୍ଚ କରିଥିବା ଘୋଷଣା କରିଛି । ଦଳ ପ୍ରଚାର ପାଇଁ ୭୮ କୋଟି ଟଙ୍କା ଖର୍ଚ୍ଚ କରିଥିବା ଉଲ୍ଲେଖ କରିଛି ।