ଅନ୍ୟ ବର୍ଷ ତୁଳନାରେ ୨୦୧୯ ଡିସେମ୍ବର ଅନ୍ଲାଇନ କମ୍ପାନୀ ଗୁଡ଼ିକର ବିକି୍ର ବଢ଼ିବାରେ ଲାଗିଛି । ଶୀତର ପଶମ ପୋଷାକ, ଜ୍ୟାକେଟ, ସ୍କାର୍ଫ, ବୁଟ୍ କମ୍ବଳ ଇତ୍ୟାଦିର ବିକି୍ର ଚଳିତ ଥର ୨୫% ବଢ଼ିଥିବାର କମ୍ପାନୀ ମୁଖ୍ୟ ପ୍ରକାଶ କରିଛନ୍ତି । ଗ୍ରାହକଙ୍କୁ ମଧ୍ୟ ଆବଶ୍ୟକ ପରିମାଣରେ ରିଆତି ମିଳୁଥିବାରୁ ସେମାନେ କିଣିବାରେ ପ୍ରତିଯୋଗିତା ଲଗାଇଛନ୍ତି । ଦିଲ୍ଲୀ ନିବାସୀ ୨୫ ବର୍ଷୀୟା ଜ୍ୟୋତିଙ୍କ ମତରେ, ଏ ବର୍ଷ ଶୀତରେ ସେ ମନଭରି ସପିଂ କରିଛନ୍ତି । ଭଲ ରିଆତି ମିଳୁଥିବାରୁ ଜ୍ୟାକେଟ୍ ଓ ଷ୍ଟାଇଲିଶ ବୁଟ୍ କିଣିବାରେ ସେ ହେଳା କରିନଥିଲେ । ବୟସ୍କ ପିଢ଼ି ବିଭିନ୍ନ ପ୍ରକାରର କମ୍ବଳ, ଶାଲ୍ କିଣୁଥିବା ବେଳେ ଅନ୍ ଲାଇନରେ ସେମାନେ ଶସ୍ତାରେ ସାମଗ୍ରୀ ପାଇଛନ୍ତି ବୋଲି ପ୍ରକାଶ କରିଛନ୍ତି ।
