କଂକ୍ରିଟରେ ବ୍ୟବହାର ହେବ ପ୍ଲାଷ୍ଟିକ୍

କଂକ୍ରିଟରେ ବ୍ୟବହାର ହେବ ପ୍ଲାଷ୍ଟିକ୍

ଜାଣିବା କଥା

ପରିବେଶ ପ୍ରଦୂଷଣ କ୍ଷେତ୍ରରେ ପ୍ଲାଷ୍ଟିକ୍ ଏକ ବଡ ସମସ୍ୟା ହୋଇ ଛିଡା ହୋଇଥିବା ବେଳେ ଦେଶରେ କୋଠାବାଡି ନିର୍ମାଣ ପାଇଁ ବାଲିର ମଧ୍ୟ ଅଭାବ ରହିଛି । ଗୋଆ ଇଞ୍ଜିନିଅରିଂ କଲେଜର ଗବେଷକମାନେ ଏହାର ସମାଧାନ ପନ୍ଥା ବାହାର କରିବାରେ ସକ୍ଷମ ହୋଇଛନ୍ତି । କୋଠାବାଡି ନିର୍ମାଣ କ୍ଷେତ୍ରରେ ବାଲି ବଦଳରେ ପ୍ଲାଷ୍ଟିକ୍ ଆବର୍ଜନା ବ୍ୟବହାର କରିବାର ପଦ୍ଧତି ସେମାନେ ଅବଲମ୍ବନ କରିଛନ୍ତି । ଏହି ପଦ୍ଧତିରେ କଂକ୍ରିଟରେ ବ୍ୟବହାର କରାଯାଉଥିବା ବାଲିର ପରିମାଣ କମାଯାଇ ପ୍ଲାଷ୍ଟିକ୍ ଆବର୍ଜନା ବ୍ୟବହୃତ ହେବ । ଯାହାଦ୍ୱାରା ବାଲିର ମଧ୍ୟ ବ୍ୟବହାର କମିଯିବ ଏବଂ ସବୁଆଡେ ଜମିରହୁଥିବା ପ୍ଲାଷ୍ଟିକ୍ ଆବର୍ଜନାର କିଛି ପରିମାଣରେ ପୁନଃ ବ୍ୟବହାର ଯୋଗ୍ୟ ହୋଇପାରିବ ।