ଓଡିଆ ପୁଅ ହେଲେ ଆରବିଆଇ ଡେପୁଟି ଗଭର୍ଣ୍ଣର

ଓଡିଆ ପୁଅ ହେଲେ ଆରବିଆଇ ଡେପୁଟି ଗଭର୍ଣ୍ଣର

ରାଜ୍ୟ ଖବର

ଭୁବନେଶ୍ୱର - ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ନୂତନ ଡେପୁଟି ଗଭର୍ଣ୍ଣରଙ୍କୁ ନିଯୁକ୍ତି ଦିଆଯାଇଛି। ଓଡିଆ ପୁଅ ମାଇକେଲ ଦେବବ୍ରତ ପାତ୍ରଙ୍କୁ ଡେପୁଟି ଗଭର୍ଣ୍ଣର ପଦବୀ ମିଳିଛି। ତାଙ୍କର କାର୍ୟ୍ୟକାଳ ୩ ବର୍ଷ ରହିବ। ଡେପୁଟି ଗଭର୍ଣ୍ଣର ସହ ଏମ୍.ଦେବବ୍ରତ ପାତ୍ର ଆରବିଆଇର କାର୍ୟ୍ୟକାରୀ ନିଦ୍ଦେର୍ଶକ ଏବଂ ମୁଦ୍ରାନୀତି କମିଟିର ସଦସ୍ୟ ରହିବେ। ପୂର୍ବତନ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ୟ୍ୟଙ୍କ ସ୍ଥାନରେ ଏମ୍.ଦେବବ୍ରତ ପାତ୍ରଙ୍କୁ ନିଯୁକ୍ତି ମିଳିଛି। ବିରଳ ଆଚାର୍ୟ୍ୟ ୨୦୧୯ ଅଗଷ୍ଟ ମାସରେ ନିଜ ପଦରୁ ଇସ୍ତଫା ଦେଇଥିଲେ। ସେହି ଦିନ ଠାରୁ ଆଜି ପର୍ୟ୍ୟନ୍ତ ଏହି ପଦବୀ ଖାଲି ପଡିଥିଲା।