କଳାହାଣ୍ଡି - ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ ହୋଇଛି। ତାଙ୍କର ଭବାନୀପାଟଣାର ନକଟିଗୁଡ଼ା ସ୍ଥିତ ବାସଭବନ ସହିତ ମଦନପୁର ରାମପୁରରେ ଥିବା ହୋଟେଲରେ ଚଢ଼ଉ ଚାଲିଛି। ଭିଜିଲାନ୍ସ ଡିଏସ୍ପି ସତ୍ୟବାନ ମହାନନ୍ଦ ଏହି ସୂଚନା ଦେଇଛନ୍ତି। ଜୟପୁର ଭିଜିଲାନ୍ସ ଏସପିଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ଉ କରାଯାଇଛି। ଅନ୍ୟପକ୍ଷରେ ବିଜେଡିର ଜଣେ ବରିଷ୍ଠ ନେତାଙ୍କ ଘରେ ଭିଜିଲାନ୍ସ ଚଢ଼ଉକୁ ନେଇ ଦଳୀୟ ନେତାଙ୍କ ମନରେ ଛନକା ପଶିଛି। ୨୦୧୪ରେ ଅନାମ ନାୟକ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି ।
