ସୋର - ବାଲେଶ୍ବର ଜିଲା ସୋର ଥାନା ଅନ୍ତର୍ଗତ ବାରିକପୁର ଗୋରୁହାଟରୁ ୧୨ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧ଲକ୍ଷ ୫୦ ହଜାର ଟଙ୍କା ବୋଲି ଜଣାପଡିଛି। ବ୍ରାଉନସୁଗାର ଚୋରାଚାଲାଣ ଅଭିଯୋଗରେ ତିନି ଗିରଫ ହୋଇଛନ୍ତି। ଗିରଫ ମାନେ ହେଲେ ଭଦ୍ରକ ଜିଲା ବନ୍ତ ସଲକୁଣୀଆର ଗ୍ରାମର ସୁବ୍ରତ କର, ହଦ୍ରକ ଗ୍ରାମାଞ୍ଚଳ ଥାନା ସୋଲ ଗଡିଆର ଶ୍ରୀକାନ୍ତ ପେଡା ଓ ଜଳେଶ୍ଵର ମୀର ସୟଦ ଅଲ୍ଲୀ।
