ଭୁବନେଶ୍ୱର : କଂଗ୍ରେସ ପକ୍ଷରୁ ୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥି ଘୋଷଣା କରାଯାଇଛି । ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଦେବଯାନୀ ବେହେରାଙ୍କୁ ଦଳୀୟ ପ୍ରାର୍ଥୀ କରାଯାଇଥିଲା ବେଳେ ଚାନ୍ଦବାଲି ପାଇଁ ଦିଗମ୍ବଦ ଦାସ, ଶିମୁଳିଆ ପାଇଁ ଅନନ୍ତ ସେଠୀ ଏବଂ ସୋର ପାଇଁ ସୁରେନ୍ଦ୍ର ପ୍ରସାଦ ପରମାଣିକଙ୍କୁ ଆସନ୍ତା ନିର୍ବାଚନରେ ଲଢ଼ିବା ପାଇଁ ଦଳୀୟ ପ୍ରାର୍ଥୀ କରାଯାଇଛି ।
