ସ୍ୱାସ୍ଥ୍ୟମନ୍ତ୍ର ଆୟୁର୍ବେଦ ଚିକିତ୍ସା ପଦ୍ଧତିରେ ଶରୀରକୁ ସୁସ୍ଥ ରଖିବା ପାଇଁ ବହୁ ପ୍ରକାର ବିଧି ରହିଛି । ସୁଷମ ଖାଦ୍ୟ ଦ୍ୱାରା ଦୀର୍ଘ ଦିନ ପର୍ଯ୍ୟନ୍ତ ସୁସ୍ଥ ଓ ନିରାମୟ ଜୀବନ ବିତାଇବା ସମ୍ଭବ । ଆବଶ୍ୟକତା ଠାରୁ ଅଧିକ ଓଜନ ବଢ଼ିବା ଓ ଚର୍ବି କମିବା ଏକାଧିକ ରୋଗ ସୃଷ୍ଟିର କାରଣ । ଓଜନକୁ ନିୟନ୍ତ୍ରଣରେ ରଖିବାକୁ ହେଲେ ସକାଳେ ଏକ ଗ୍ଲାସ ଉଷୁମ ପାଣିରେ ମହୁ ଓ ଅଦାରସ ମିଶାଇ ପିଅନ୍ତୁ । ସକାଳେ ଜଳଖିଆରେ ପାଞ୍ଚଟି ବାଦାମ ସହିତ ତୁଳସୀ ପତ୍ର ଓ ତଟକା ଫଳ ଖାଆନ୍ତୁ । ଏହା ସହ ଛେନା, ଗାଜର କିମ୍ବା ପାଚିଲା ଅମୃତଭଣ୍ଡା ଖାଇପାରିବେ । ମଧ୍ୟାହ୍ନ ଭୋଜନରେ ଭାରତ, ଗିନାଏ ଡାଲି, ପରିବା ଦରକାରି ଓ ସାଲାଡ ସାମିଲ କରନ୍ତୁ । ଅପରାହ୍ନରେ ଋତୁ ଅନୁଯାୟୀ ଫଳ ଖାଇପାରିବେ । ସନ୍ଧ୍ୟା ସମୟରେ ପରିବା ସୁପ ପିଅନ୍ତୁ । ଶୋଇବାର ଅନ୍ତତଃ ଦୁଇ ଘଣ୍ଟା ପୂର୍ବରୁ ରାତି୍ରଭୋଜନ ସାରନ୍ତୁ । ରାତି୍ରଭୋଜନରେ ରୁଟି ସହ ପରିବା ତରକାରି ଖାଇପାରିବେ । ଖୁବ ଥଣ୍ଡା ଖାଦ୍ୟ କିମ୍ବା ପାନୀୟ ଗ୍ରହଣ କରନ୍ତୁ ନାହିଁ । ଘିଅ, ଗରମ ମସଲା, ତେଲଛଣା ଖାଦ୍ୟ ଏବଂ ଅଧିକ ଲୁଣ ଖାଆନ୍ତୁ ନାହିଁ ।
