ଜିମ୍ ଜିବାର ଉଚିତ୍ ବୟସ କେତେ ?

ଜିମ୍ ଜିବାର ଉଚିତ୍ ବୟସ କେତେ ?

ସ୍ୱାସ୍ଥ୍ୟ ହିଁ ସମ୍ପଦ

ନିଜକୁ ଫିଟ୍‌ ରଖିବା ଏବଂ ନିଜ ଲୁକ୍‌କୁ ଭଲ କରିବା ପାଇଁ ଏବେ ଯୁବପିଢ଼ିଙ୍କୁ ଜିମ୍‌ ଯାଉଥିବାର ଦେଖାଯାଉଛି । ଜିମ୍‌ ଯିବାର କ୍ରେଜ୍‌ ୧୩-୧୪ବର୍ଷର ପିଲାମାନଙ୍କ ପାଖରେ ଅଧିକ ଦେଖିବାକୁ ମିଳୁଛି। ଯୁବତୀମାନେ ଜିରୋ ଫିଗର କରିବା ପାଇଁ ଜିମ୍‌ ଯାଉଥିବା ବେଳେ ଯୁବକମାନେ ସିକ୍ସ ପ୍ୟାକ୍‌ ଆବ୍‌ସ କରିବା ଆଶାରେ ଜିମ୍‌ରେ ଘଣ୍ଟା ଘଣ୍ଟା ବ୍ୟାୟାମ କରିଥାନ୍ତି । କିଛି ମାତା-ପିତା ନିଜ ପିଲାମାନଙ୍କୁ ଖୁବ୍‌ କମ ବୟସରୁ ଜିମ୍‌ ଯିବାକୁ ଦେଇଥାନ୍ତି, ଯାହା ସେମାନଙ୍କ ଶରୀରକୁ କ୍ଷତି ପହଞ୍ଚାଇଥାଏ । ଜିମ୍‌ ଯିବାର ସଠିକ୍‌ ବୟସ କେତେ ତାହା ମାତା-ପିତାଙ୍କୁ ଜଣା ନ ଥିବା ବେଳେ ସେମାନେ ଏପରି ଭୁଲ କରିଥାନ୍ତି । ଏଭଳି ପରିସ୍ଥିତିରେ ସମସ୍ତଙ୍କୁ ଜିମ୍‌ ଯିବାର ସଠିକ୍‌ ସମୟ ବା ବୟସ ଜାଣିନେବା ଦରକାର । ୧.ମଣିଷ ଶରୀରର ବିକାଶ ଜନ୍ମ ହେବା ପରେ ହିଁ ହେବାକୁ ଲାଗିଥାଏ । ନବଜାତ ଶିଶୁଟି ପ୍ରଥମେ ନିଜର ହାତ ଗୋଡ଼ ହଲାଇବାକୁ ଲାଗିଥାଏ । ଯେଉଁଠୁ ତା’ର ଶାରୀରିକ ବ୍ୟାୟାମ ହେବା ଆରମ୍ଭ ହୋଇଥାଏ। ଧିରେ ଧିରେ ଶିଶୁଟି ବଡ଼ ହେବା ସହ ତା’ ଶରୀରରେ ଶକ୍ତି ବଢ଼ିବାକୁ ଲାଗିଥାଏ । ଚାଲିବା,ଦୌଡ଼ିବା ଏବଂ ଖେଳିବା ଦ୍ୱାରା ଶିଶୁର ହାଡ଼ ମଜବୁତ୍‌ ହୋଇଥାଏ । ୫-୮ବର୍ଷର ପିଲାମାନଙ୍କ ପାଇଁ ଜିମ୍‌ ଯିବା ସଠିକ୍‌ ସମୟ ହୋଇ ନ ଥାଏ । ସେଥିପାଇଁ ଶରୀରର ସଠିକ୍‌ ବିକାଶ ପାଇଁ ଜିମ୍‌କୁ ନ ଛାଡ଼ି ଖେଳ ପଡ଼ିଆକୁ ଛାଡ଼ିବା ଦରକାର । ୨.୧୩-୧୪ବର୍ଷ ସୁଦ୍ଧା ଶରୀରର ହାଡ଼ ମଜବୁତ୍‌ ହୋଇ ଯାଇଥାଏ । କିନ୍ତୁ ଏହି ବୟସରେ ପିଲାମାନଙ୍କୁ ଜିମ୍‌ ପଠାଇବାର ସଠିକ୍‌ ସମୟ ହୋଇ ନ ଥାଏ । ଏ ବୟସରେ ସେମାନଙ୍କୁ ସାଇକେଲିଂ କରିବା, ପହଁରିବା ଏବଂ ଶାରୀରିକ ବ୍ୟାୟାମ ହେଲା ଭଳି ଖେଳ ଖେଳିବା ଦରକାର । ୩.୧୫ବର୍ଷରୁ ଉର୍ଦ୍ଧ୍ବ ହେବା ପରେ ଆପଣମାନେ ପିଲାମାନଙ୍କୁ ଜିମ୍‌ ପଠାଇ ପାରିବେ । ପ୍ରଥମେ ପ୍ରଥମେ ଜିମ୍‌ ଯାଇ ସେମାନେ ସହଜ ବ୍ୟାୟାମ କରିବା ଆରମ୍ଭ କରିବା ଦରକାର । ଜିମ୍‌ ଟ୍ରେନରଙ୍କ କହିବା ଅନୁଯାୟୀ ବ୍ୟାୟାମ କରିବା ସହ ଖାଦ୍ୟ ମଧ୍ୟ ଖାଇବା ଦରକାର। ୪.ପ୍ରଥମେ ପ୍ରଥମେ ଅଧଘଣ୍ଟାରୁ ଅଧିକ ବ୍ୟାୟାମ କରନ୍ତୁ ନାହିଁ । ପରେ ଧିରେ ଧିରେ ଏହାର ସମୟ ବଢ଼ାନ୍ତୁ ।