ବେଲପଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବେଆଇନ କ୍ଲିନିକ,  ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ଏବଂ ଯୁଗ୍ମ ସଚିବଙ୍କ ତଦନ୍ତ ଜାରି

ବେଲପଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବେଆଇନ କ୍ଲିନିକ, ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ଏବଂ ଯୁଗ୍ମ ସଚିବଙ୍କ ତଦନ୍ତ ଜାରି

ରାଜ୍ୟ

ବେଲପଡା (ମନୋଜ କୁମାର ମିଶ୍ର) - ବଲାଙ୍ଗିର ଜିଲ୍ଲା ବେଲପଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଜି ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସଚିବ ଏବଂ ଯୁଗ୍ମ ସ୍ୱାସ୍ଥ୍ୟ ସଚିବ ସ୍ୱତନ୍ତ୍ର ପରିଦର୍ଶନ ପାଇଁ ଆସିଥିଲେ । ଡାକ୍ତରଖାନା ପରିସରରେ ଚାଲିଥିବା ବେଆଇନ କ୍ଲିନିକ ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା ସେ ବିଷୟରେ ତଦନ୍ତ କରିଥିଲେ । ବିଭିନ୍ନ ଗଣମାଧ୍ୟମରେ ଡାକ୍ତରଖାନା ଭିତରେ ବେଆଇନ କ୍ଲିନିକ କରି ଡାକ୍ତର ମାନେ ରୋଗୀ ମାନଙ୍କ ଠାରୁ ଟଙ୍କା ଆଦାୟ, ସରକାରୀ ଔଷଧ ବିକ୍ରୟ, ଗୋଟିଏ ଡାକ୍ତରଙ୍କ ପ୍ରେସକ୍ରିପସନ ରେ ଅନ୍ୟ ଡାକ୍ତରଙ୍କ ଔଷଧ ଲେଖା ପ୍ରଭୃତି ବିଭିନ୍ନ ଅଭିଯୋଗ ମାନ ପ୍ରକାଶ ପାଇଥିଲା । ଏହି ଅଭିଯୋଗ ଗୁଡିକର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱତନ୍ତ୍ର ସଚିବ ମାନସ ରଂଜନ ସାମନ୍ତରାଏ ଏବଂ ଯୁଗ୍ମ ସଚିବ ବିଶିକେଶନ ଦେହୁରି ଆଜି ବେଲପଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ ଅପରାହ୍ନ ୨ ଘଂଟା ସମୟରେ ପହଂଚିଥିଲେ । ପ୍ରଥମେ ଡାକ୍ତରଖାନାରେ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ଡାକ୍ତରଖାନା ମୁଖ୍ୟ ଚିକିସôାଧିକାରୀ ଡ. ରବିନ୍ଦ୍ର ମେହେରଙ୍କ ସହିତ ଆଲୋଚନା କରିଥିଲେ । ପରେ ଡାକ୍ତର ରବିନ୍ଦ୍ର ମେହେର, ଡାକ୍ତର ପ୍ରିତମ ସୁନା ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କରିଥିଲେ । ସେଠାରେ ପ୍ରଥମରୁ ହୋଇଥିବା ଅଭିଯୋଗ ମାନଙ୍କର ସତ୍ୟା ସତ୍ୟ ଜାଣିବାକୁ ପାଇଥିଲେ ଏବଂ ଉଭୟ ଡାକ୍ତରଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ । ପରେ ନୁନହାଡ ଗ୍ରାମ ର ରୋଗୀଙ୍କ ଘରକୁ ଯାଇ ଡାକ୍ତର ମାନେ କିପରି ଡାକ୍ରଖାନା ପରିସର ରେ ଥିବାଘରେ କ୍ଲିନିକ ଖୋଲି ସରାକରୀ େଓ÷÷ଷଧ ଦେଇ ରେଗୀ ଙ୍କ ଠାରୁ ଟଙ୍କା ଆଦାୟ କରିଥିଲେ ଉକ୍ତ ରୋଗୀ ଘରକୁ ଯାଇ ମଧ୍ୟ ସତ୍ୟାସତ୍ୟ ବୁଝିଥିଲେ । ସେଠାରୁ ଆସି ଉଭୟ ଡାକ୍ତରଙ୍କୁ ଏହାର ସ୍ପଷ୍ଟିକରଣ ଲିଖିତ ଆକାର ରେ ଦେବାକୁ କହିଥିବାରୁ ଡାକ୍ତରମାନେ ଲିଖିତ ଆକାରରେ ନିଜ ନିଜ ସ୍ପଷ୍ଟିକରଣ ଦେଇଥିଲେ । ଏହା ଉପରେ ସ୍ୱତନ୍ତ୍ର ସଚିବଙ୍କ ପ୍ରତିକ୍ରିୟା ନେବାରୁ ସମସ୍ତଘଟଣା ଉପରେ ତଥ୍ୟ ଆମେ ପାଇଛୁ ଓ ସମସ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ ଏବଂ ପରେ ସେ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ସୂଚନା ଯୋଗ୍ୟ ଯେ ୧୭ ଅକ୍ଟୋବର ୨୦୧୯ ରେ ବେଲପଡା ଡାକ୍ତରଖାନା ପରିସର ରେ ଥିବା ଡାକ୍ତର ପ୍ରିତମ ସୁନା ଙ୍କ କ୍ୱାଟର ରେ ମଳୟ ତାଣ୍ଡି ନାମକ ଆୟୁଷ ଡାକ୍ତର ନୁନହାଡ ଗ୍ରାମ ର ସରିତା ମେହେର ଚିକିତ୍ସିତ ହେବାପାଇଁ ଆସିଥିଲେ ସଂନ୍ଧ୍ୟା ହୋଇଥିବାରୁ ଡାକ୍ତର ସୁନା ଙ୍କ ଘରକୁ ଯାଇଥିଲେ ଓ ଡାକ୍ତର ସୁନା ସେ ସମୟ ରେ ଅନୁପସ୍ଥିତ ରହିଥିଲାବେଳେ ସେ କ୍ୱାଟର ରେ ରହୁଥିବା ଆୟୁଷ ଡାକ୍ତର ମଳୟ କୁମାର ତାଣ୍ଡି ଚିକିତ୍ସା କରି ଟଙ୍କା ଡିମାଣ୍ଡ କରିଥିଲେ । ଏହି ବିଷୟ କୁ ନେଇ ରୋଗୀ ଗଣ ମାଧ୍ୟମ ପ୍ରତିନିଧି ଙ୍କୁ କହିଥିଲେ ଓ ଘଟଣାର ସତ୍ୟା ସତ୍ୟ ଜାଣିବା ପାଇଁ ଗଣ ମାଧ୍ୟମ ପ୍ରତିନିଧି ମାନେ ସଂପୃକ୍ତ ଡାକ୍ତର ଙ୍କ କ୍ୱାର୍ଟସ କୁ ଯାଇଥିଲେ ଓ ସେଠାରେ ଘରୋଇ କ୍ଲିନିକ କରୁଥିବା ଦେଖି ଥିଲେ ଓ ଗତ ୧୭ ତାରିଖ ଘଟଣା ସଂପର୍କ ରେ ପଚାରି ବୁଝୀଥିଲେ ଓ ଡାକ୍ତର ପ୍ରିତମ ସୁନା ଙ୍କ ପ୍ରେସକିପସନ ରେ ଡାକ୍ତର ପ୍ରିତମ ସୁନା େଓାଷଧ ଲେଖିଥିବା କହିଥିଲେ । ଏ ସଂପର୍କ ରେ ବିଭିନ୍ନ ଗଣ ମଧ୍ୟମ ରେ ଏ ସଂପର୍କିତ ଖବର ପ୍ରକାଶ ପାଇଥିଲା । ଖବର ପ୍ରକାଶ ହେବାପରେ ବେଲପଡା ଅଂଚଳ ର କେତେକ ି ଜନସାଧାରଣ ଡାକ୍ତର ପ୍ରିତମ ସୁନା ,ପ୍ରିତମ ତାଣ୍ଡି ନିର୍ଦୋଶ ବୋଲି ରାସ୍ତା ରୋକ ଓ ଥାନା ଘେରାଉ କରିଥିଲେ ।