ଭୁବନ(ସଞ୍ଜୟ କୁମାର ନାୟକ) - ଆଜିକୁ ଠିକ ୪ବର୍ଷ ତଳେ ଜଣେ କୃଷ୍ଟ ରୋଗୀର ନାବାଳିକା ଝିଅ ଦୁର୍ଷ୍କମର ଶୀକାର ହୋଇଥିଲା । ପ୍ରମାଣ ନଷ୍ଠ କରିବାକୁ ପୀଡିତାକୁ ଧର୍ଷଣକାରୀ ଜୀବନରେ ମାରି ବାଡି ପଛକଡେଥିବା ପାଳଗଦା ନିକଟରେ ଫୋପାଡି ଦେଇଥିଲା । ପିଡିତା ପରିବାରକୁ ନ୍ୟାୟ ମିଳିଛି ସତ କିନ୍ତୁ ସେଥିରେ ଖୁସି ନାହାନ୍ତି ଗ୍ରାମବାସୀ । ସେମାନେ ବଳାତର୍କାରୀକୁ ଫାସୀ ଦେବାକୁ ଚାହୁଁଛନ୍ତି । ସେଦିନ ଥାଏ ଜାନୁଆରୀ ୨୪ ତାରିଖ । ଭୁବନ ବ୍ଲକ ବାରୁଆଁ(ବି) ପଚାଂୟତ ଆଦିବାସୀ ବସ୍ତି ମାଳୁଆଗୋଡା । ବାପା ରଙ୍ଗାଧର ପଧାନ ଜଣେ କୃଷ୍ଣରୋଗୀ । ବାପାଙ୍କ ଓଷଧ ନିମନ୍ତେ ମାଆ ଜୟନ୍ତୀ ପଧାନ ମଠକରଗୋଳା ଯାଇଥାନ୍ତି । ଶନିବାର ଥିବାରୁ ଡମଶାଳ ଆଶ୍ରମ ବିଦ୍ୟାଳୟରେ ୪ର୍ଥ ଶ୍ରେଣୀରେ ପାଠ ପଢୁଥିବା ଜୋସ୍ନା (୧୦)ସ୍କୁଲକୁ ସକାଳୁ ଆସିଥିଲା । ପାଠ ବି ପଢିଛି ବୋଲି କହିଥିଲେ ପ୍ରଧାନ ଶିକ୍ଷୟତ୍ରୀ ଅଙ୍ଗୁରବାଳା ବାରିକ । ମାଆ ଘରେ ନଥିଲେ । ବାପା ବାରଣ୍ଡାରେ ପଡିରହିଥିଲେ । ପଡୋଶୀ ଘରକୁ ଟିଭିଦେଖିବାକୁ ଯାଇ ରାତିରେ ଫେରିନଥିଲା ୧୦ବର୍ଷର ଝିଅ ଜ୍ୟୋସ୍ନା । ରାତି ପାହିଲା ଘଟଣା ଛପି ନଥିଲା । କାନ କୁ କାନ ହୋଇଥିଲା । ପଡୋଶୀ ଶିବ ପ୍ରଧାନ ଟିଭି ଦେଖିବାକୁ ଡାକି ନେଇ ଧର୍ଷଣ କରିବା ପରେ ପ୍ରମାଣ ନଷ୍ଠ କରିବାକୁ ଘର ପଛ ପଟେ ଥିବା ପାଳଗଦାନିକଟରେ ପୋତି ଦେଇଥିଲା । କୃଷ୍ଣରୋଗୀ ବାପା କିମ୍ବା କୃଷି ଶ୍ରମିକ ମାଆ ସାହାସ ଜୁଟାଇ ପାରିନଥରଲେ ଭୁବନ ଥାନାକୁ ଆସିବା ନିମନ୍ତେ । ଭଗବାନକୁ ଭରସା କରିଆଖିର ଲୁହ ମାରି ଘରେ ରହିଥିଲେ । ରବିବାର ଦିନ ଅପରାହ୍ନରେ ଫାଇଟି ଫର ରାଇଟିର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ଭୁବନ ଥାନଧିକାରୀ ଗୈାରାଙ୍ଗ ଚରଣ ପୃଷ୍ଟି ଙ୍କୁ ଜଣାଇବା ପରେ ସେ ସେତିକି ଧ୍ୟାନ ଦେଇନଥିଲେ । ବରଂ ଢେଙ୍କାନାଳ ଆରକ୍ଷୀ ଅଧିକ୍ଷିକ ନିଖିଳ କାନୋଡିଆଙ୍କୁ ଭେଟିବାକୁ ଢେଙ୍କାନାଳ ଚାଲିଯାଇଥିଲେ । ଫାଇଟି ଫର ରାଇଟିସ୍ କର୍ମକର୍ତା ଦେବ ଦୂତ ଭାବେ ଡମଶାଳ ଆଶ୍ରମ ସ୍କୁଲକୁ ଯାଇ ଉପସ୍ଥାନ ଚେକ କରି ସତ୍ୟାସତ୍ୟ ଜାଣି ପାରିଥିଲେ । ପରେ ଗାଁକୁ ଯାଇଥିଲେ । ୱାର୍ଡ ସଭ୍ୟଙ୍କ ସହାୟତାରେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ସମସ୍ତ ପ୍ରମାଣ ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରିବା ପରେ ପ୍ରଥମେ ଘଟଣା ସ୍ଥଳରେ ପହଁଚିଥିଲେ ଢେଙ୍କାନାଳ ଏସ.ପି । କରିଥିଲେ ଘଟଣାର ଛାନଭିନ । ଅଭିଯୁକ୍ତକୁ କୁ ଗିରଫ ଦାବିରେ ଫାଇଟି ଫର ରାଇଟ ତରଫରୁ କରାଯାଇଥିଲା କଳାପଟି ବାନ୍ଧି ପ୍ରତିବାଦ । ଗିରଫ ହୋଇଥିଲା ଅଭିଯୁକ୍ତ । ୫ ବର୍ଷ ପରେ ମାନ୍ୟବର ନ୍ୟାୟାଳୟ ପ୍ରଦାନ କରିଛନ୍ତି ରାୟ । ମିଳିଛି ଆଜୀବନ କରାଦଣ୍ଡ । ଏନେଇ ଘଟଣାକୁ ନେଇ ପ୍ରତିକ୍ରୟା ରଖିଛନ୍ତି ଗ୍ରାମବାସୀ ଛୋଟ ପିଲାଟିଏ । ସଂସାର କଣ ଜାଣିବା ଆଗରୁ ତାକୁ ଦୁଷ୍କର୍ମ କରି ମାରିଦେଲା । ପୁଣି ନ୍ୟାୟ ମିଳିବାକୁ ଲାଗିଲା ପାଚଂ ବର୍ଷ । ମିଳିଛି ଆଜୀବନ । ସେତିକି ସଂନ୍ତୁଷ୍ଠ ନୁହେଁ ବୋଲି କୁହନ୍ତି ପିଡିତାର ମାଆ ଜୟନ୍ତୀ ପଧାନ ଦୁର୍ଷ୍କମ ହେଲା ପରେ ମୋ ଝିଆରୀକୁ ପୋତିଦେଲେ ଗ୍ରାମବାସୀ ସହଯୋଗ କରିନଥିଲେ ବରଂ ଭୁବନର ଫାଇଟ ଫର ରାଇଟିରର ଭାଇମାନେ ଆସିବାରୁ ଘଟଣା ଥାନାକୁ ଗଲା । ପୋତାଯାଇଥିବା ସ୍ଥାନରୁ ପୋଲିସ ରାତିସାରା ଜଗିରହି ତା ପର ଦିନ ବ୍ୟବଛେଦ କରାଗଲା । ଦୀର୍ଘ ଭର୍ଷ ପରେ ମିଳିଛି ନ୍ୟାୟ । ହେଲେ ଫାଶୀ ହୋଇଥିଲେ ଦୁଷ୍କର୍ମକାରୀ ଙ୍କ ଚେତା ପଶିଥାନ୍ତା ସାରା ଭାରତରେ ବୋଲି କୁହନ୍ତି ପିଡିତାର ଦାଦା ଆମ ଗାଁରେ ଜ୍ୟୋସ୍ନାଥିଲା ମେଧାବୀ ଛାତ୍ରୀ । ତାକୁ ମାରି ପୋତିଦେଲେ ଭଲ କାମ କଲେନି । ସାରା ଦେଶରେ ଦୁଷ୍କର୍ମକାରୀଙ୍କୁ ଫାଶୀ ମିଳୁଥିବାବେଳେ ଅଭୁଯୁକ୍ତ ଶିବାନନ୍ଦକୁ ଆଜୀବନ ଆମେ ଗ୍ରହଣ କରିପାରୁନାହୁଁ । ତାକୁ ଫାଶୀ ଦିଆଯିବାକୁ ଦାବି ରଖନ୍ତି ଗ୍ରାମର ଶିକ୍ଷିତ ଯୁବକ ଇଂ ପୂର୍ଣ୍ଣଚନ୍ଦ୍ର ସାହୁ ସେଦିନ ଘଟଣା ଜାଣିବା ପରେ ପାଲିସକୁ ଜଣାଇଥିଲୁ ଚିନ୍ତୁ ପୋଲିସ ହେୟଜ୍ଞାନ କରିଥିଲା । ପ୍ରଥମେ ଫାଇଟି ଫର ରାଇଟ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ସଂଜୟ ନାୟକ ଘଟଣାକୁ ହାଇଲାଇଟି କରିଥିଲେ । ଖାଲିସେତିକି ନୁହେଁ ଆନେ୍ଦାଳନ କରି ଥାନାରେ ଅଟକ ବି ଥିଲେ ।ତାଙ୍କୁ ଧନ୍ୟବାଦ ଦେବି । ଗଣମାଧ୍ୟମ ଯୋଗୁ ଘଟଣା ପଦାକୁ ଆସିତôବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ ଦେବି । ହେଲେ ଫାଶୀ ହେଲେ ସମସ୍ତଙ୍କ ନିମନ୍ତେ ଆର୍ଦଶ ହୋଇପାରନ୍ତା ବୋଲି କହିଥିଲେ ବାରୁଆଁ ସେବା ସମବାୟ ସମିତିର ପୂର୍ବତନ ସଭାପତି ବିଜୟ କୁମାର ମହାନ୍ତି ।
