ଭୁବନେଶ୍ୱର - ଏକାମ୍ର ଯୋଜନାରେ ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହି ଯୋଜନା ପାଇଁ ସ୍ଥାନାନ୍ତର ଆବଶ୍ୟକତା ଥିବା ବାସଗୃହ, ମଠ ଓ ଦୋକାନ ଘର ପାଇଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି । ଅଧୀଗୃହୀତ ସମସ୍ତ ଜମି ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ରେକର୍ଡ କରାଯିବ ଏବଂ ଜମି ଦାନ କରିଥିବା ସବୁ ବ୍ୟକ୍ତିଙ୍କ ନାମ ପ୍ରକଳ୍ପ ଅଞ୍ଚଳରେ ଫଳକରେ ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ଏକାଦଶ ଶତାବ୍ଦୀର ଅନନ୍ୟ କୀର୍ତ୍ତି ଶ୍ରୀ ଲିଙ୍ଗରାଜ ମନ୍ଦିରର ପାରିପାଶ୍ୱର୍ିକ ଅଞ୍ଚଳର ଉନ୍ନତି, ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ ନିମନ୍ତେ ମନ୍ଦିର ଚାରିପଟେ ଥିବା ଅଞ୍ଚଳର ବିକାଶ ନିମନ୍ତେ ଏକାମ୍ର ଯୋଜନା କାର୍ଯ୍ୟକାରୀ କରାଯାଉଅଛି । ଶ୍ରୀ ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ଅଞ୍ଚଳର ୬୫ ଏକର ପରିମିତ ଅଞ୍ଚଳରେ ଏହି ସୁବିଧା ସୁଯୋଗର ବିକାଶ କରାଯିବ । କ୍ଷତିଗ୍ରସ୍ତମାନଙ୍କୁ ନିମ୍ନୋକ୍ତ ବ୍ୟବସ୍ଥାରେ କ୍ଷତିପୂରଣ ପ୍ରଦାନ କରାଯିବ । ୧. ଆବାସିକ ଅଞ୍ଚଳ-ସ୍ଥିତିବାନ ସତ୍ତ୍ୱରେ ନିର୍ମିତ ବାସଗୃହ ଗୁଡ଼ିକ ଓଡ଼ିଶା ସରକାରଙ୍କ ଅନୁମୋଦିତ ବ୍ୟବସ୍ଥା ଅନୁଯାୟୀ ସିଧାସଳଖ କ୍ରୟ କରାଯାଇ ଅଧିଗ୍ରହଣ କରାଯିବ । କ)........ ୨୦୧୩ର ବ୍ୟବସ୍ଥା ଅନୁଯାୟୀ କ୍ଷତିପୂରଣ ଦିଆଯିବ । ଖ) ଜମି ବଦଳରେ ଜମି- ଅଧିଗୃହୀତ ହେବାକୁ ଥିବା ଜମିର ବଜାର ଦର ତତ୍ତୁଲ୍ୟ କ୍ଷତିପୂରଣ ଦିଆଯିବ । ଏହା ପରିବର୍ତ୍ତେ କୌଣସି ବ୍ୟକ୍ତି ଯଦି ଜମି ବଦଳରେ ଜମି ନେବାକୁ ଚାହିଁବେ, ତେବେ ସେମାନଙ୍କୁ ଜମି ଅନ୍ୟତ୍ର ଦିଆଯିବ । ଯଦି ଅନ୍ୟତ୍ର ଦିଆଯିବାକୁ ଯିବା ବିକଳ୍ପ ଜମିର ମୂଲ୍ୟ ଅଧିଗୃହୀତ ଜମିର ମୂଲ୍ୟ ଠାରୁ କମ୍ ହୁଏ, ତେବେ ନିୟମାନୁଯାୟୀ ଅବଶିଷ୍ଟ ପ୍ରାପ୍ୟ ଆର୍ଥିକ ସହାୟତା ଭାବେ ଦିଆଯିବ । ଗ) ତୁରନ୍ତ ସହାୟତା- ସ୍ଥାନାନ୍ତର ସହାୟତା-ବିସ୍ଥାପିତ ହେବାକୁ ଥିବା ପରିବାର ଗୁଡ଼ିକୁ ପରିବହନ ଓ ତୁରନ୍ତ ବ୍ୟବସ୍ଥା ନିମନ୍ତେ ପ୍ରତି ପରିବାରରୁ ୧ ଲକ୍ଷ ଟଙ୍କା ସହାୟତା ଦିଆଯିବ । ଘରଭଡ଼ା ସହାୟତା- ଜମି ଅଧିଗ୍ରହଶ ହେବା ଦିନଠାରୁ ୧୨ ମାସ ପର୍ଯ୍ୟନ୍ତ ପ୍ରତି ପରିବାରକୁ ୧୫ ହଜାର ଟଙ୍କା ଲେଖାଏଁ ମାସିକ ସହାୟତା ଯୋଗାଇ ଦିଆଯିବ । ଘ) ଥଇଥାନ ଭତ୍ତା-ବାସଗୃହ ହରାଉଥିବା ପ୍ରତି ଘର ମାଲିକଙ୍କୁ ଏକକାଳୀନ ୨୦ ଲକ୍ଷ ଟଙ୍କା ଥଇଥାନ ଭତ୍ତା ଭାବରେ ଯୋଗାଇ ଦିଆଯିବ । ୨. ବାଣିଜି୍ୟକ ପ୍ରତିଷ୍ଠାନ- ସ୍ଥିତିବାନ ସତ୍ତ୍ୱରେ ନିର୍ମିତ ବାଣିଜି୍ୟକ ପ୍ରତିଷ୍ଠାନ ଗୁଡ଼ିକୁ ଓଡ଼ିଶା ସରକାରଙ୍କ ଅନୁମୋଦିତ ବ୍ୟବସ୍ଥା ଅନୁଯାୟୀ ସିଧାସଳଖ କ୍ରୟ କରାଯାଇ ଅଧିଗ୍ରହଣ କରାଯିବ । (କ) ...........୨୦୧୩ ରେ ବ୍ୟବସ୍ଥା ଅନୁଯାୟୀ କ୍ଷତିପୂରଣ ଦିଆଯିବ । ତୁରନ୍ତ ସହାୟତା- (କ) ସ୍ଥାନାନ୍ତର ସହାୟତା- ଦୋକାନ ଘର ମାଲିକ ମାନଙ୍କୁ ସେମାନଙ୍କର ପରିବହନ ଖର୍ଚ୍ଚ ଏବଂ ତୁରନ୍ତ ବ୍ୟବସ୍ଥା କରିବା ନିମନ୍ତେ ୧ ଲକ୍ଷ ଟଙ୍କା ଏକକାଳୀନ ସହାୟତା ଦିଆଯିବ । ଖ) ଘରଭଡ଼ା ସହାୟତା- ୨୦୦ ବର୍ଗ ମିଟର କିମ୍ବା ତା ଠାରୁ କମ୍ ବିଲ୍ଟ ଅପ ଏରିଆ ନିର୍ମିତ ଦୋକାନ ପାଇଁ ଜମି ଅଧିଗ୍ରହଶ ହେବା ଦିନଠାରୁ ଦୋକାନ ଘର ମିଳିବା ପର୍ଯ୍ୟନ୍ତ ମାସିକ ୧୫ ହଜାର ଟଙ୍କା ଘରଭଡ଼ା ସହାୟତା ଏବଂ ୨୦୦ ବର୍ଗ ମିଟର ବା ତଦୁଦ୍ଧ୍ୱର୍ ବିଲ୍ଟ ଅପ ଏରିଆ ରେ ନିର୍ମିତ ଦୋକାନ ପାଇଁ ୨୦ ହଜାର ଟଙ୍କା ଘରଭଡ଼ା ସହାୟତା ଭାବରେ ଯୋଗାଇ ଦିଆଯିବ । ଗ) ଥଇଥାନ ଯୋଜନା- ବିକଳ୍ପ-୧- ସୁଲଭତା ଭିତ୍ତିରେ ବଜାର ଦରର ପଚାଶ ପ୍ରତିଶତ ମୂଲ୍ୟରେ ଦୋକାନ ଘର ଯୋଗାଇ ଦିଆଯିବ । ଦୋକାନ ଘରର ଅବଶିଷ୍ଟ ପଚାଶ ପ୍ରତିଶତ ମୂଲ୍ୟ ରାଜ୍ୟ ସରକାର ରିହାତି ଭାବରେ ବହନ କରିବେ । ବିକଳ୍ପ-୨ -ଦୋକାନ ହରାଉଥିବା ପ୍ରତି ବ୍ୟକ୍ତି ନିର୍ମିତ ହେବାକୁ ଥିବା ମାର୍କେଟ କମ୍ପ୍ଲେକ୍ସରେ ନୂଆ ଦୋକାନ ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ଏବଂ ସେମାନେ ଏହାକୁ ବଜାର ଦରର ପଚାଶ ପ୍ରତିଶତ ମୂଲ୍ୟରେ କ୍ରୟ କରିପାରିବେ । ବିକଳ୍ପ-୩ -ଦୋକାନ ମାଲିକ ମାନେ ଚାହିଁଲେ ଏକକାଳୀନ ୨୦ ଲକ୍ଷ ଟଙ୍କା ସହାୟତା ଭାବରେ ନେଇପାରିବେ । ୩. ଉଠାଦୋକାନୀ ମାନଙ୍କ ଥଇଥାନ-ପ୍ରକଳ୍ପ ଅଞ୍ଚଳରେ ଥିବା ସମସ୍ତ ଉଠା ଦୋକାନୀ ମାନେ ନିମ୍ନୋକ୍ତ ବ୍ୟବସ୍ଥା ଅନୁଯାୟୀ ସହାୟତା ପାଇବେ । କ) ତାଲିକାଭୁକ୍ତ ସବୁ ଉଠାଦୋକାନୀ ମାନଙ୍କୁ ୩୦ ହଜାର ଟଙ୍କା ଏକ କାଳୀନ ସହାୟତା ଭାବରେ ଯୋଗାଇ ଦିଆଯିବ । ଦୁଇଟି କିସ୍ତିରେ ସେମାନେ ଏହି ସହାୟତା ପାଇପାରିବେ । ଖ) ଷ୍ଟି୍ରଟ୍ ଭେଣ୍ଡିଂ ପ୍ଲାନ- ଆବଶ୍ୟକ ନିୟମ ଅନୁଯାୟୀ ଭେଣ୍ଡିଂ ପ୍ଲାନ କରାଯାଇ ଉଠାଦୋକାନୀଙ୍କୁ ବ୍ୟବସାୟୀ ପାଇଁ ଆବଶ୍ୟକ ପ୍ଲାନ ଆବଣ୍ଟନ କରାଯିବ । ୪. ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନ ପାଇଁ ସହାୟତା-ଏକାମ୍ର ଯୋଜନା ପାଇଁ ସ୍ଥାନାନ୍ତରିତ ହେବାକୁ ଥିବା ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନ ଗୁଡ଼ିକ ନିମନ୍ତେ ସହାୟତା ଭୁବନେଶ୍ୱର ମହାନଗର ନିଗମ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସ୍ଥିର କରିବ । ୫. ମଠ- (କ) ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ହିତାଧିକାରୀ ମାନଙ୍କ ସହିତ ଆଲୋଚନା କରି ବିସ୍ଥାପିତ ହେବାକୁ ଥିବା ମଠ ଗୁଡ଼ିକୁ ଜମି ଆବଣ୍ଟନ, ସଂରକ୍ଷଣ ଆଦି କାର୍ଯ୍ୟ ସମ୍ପର୍କରେ ଭୁବନେଶ୍ୱର ମହାନଗର ନିଗମ କମିଶନର ସ୍ଥିର କରିବ । ଖ) ପ୍ରତି ମଠର ପୁନର୍ବିନ୍ୟାସରେ ସମୟର ଏହାର ପୂର୍ବ ଢ଼ାଞ୍ଚାକୁ ଗୁରୁତ୍ୱ ଦିଆଯିବ । ଗ) ଏହି ଥଇଥାନ ଓ ପୁନର୍ବାସ ନୀତି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହ ଆଲୋଚନା କ୍ରମେ ଭୁବନେଶ୍ୱର ମହାନଗର ନିଗମର କମିଶନର କାର୍ଯ୍ୟକାରୀ କରିବେ । ଘ) ଯେହେତୁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପାରସ୍ପରିକ ଆଲୋଚନା ଭିତ୍ତିରେ ସମ୍ପନ୍ନ କରାଯିବ, ଭୁବନେଶ୍ୱର ମହାନଗର ନିଗମ କମିଶନର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ସହାୟତା ରାଶିରେ ହ୍ରାସ ବା ପରିବର୍ତ୍ତନ କରିପାରିବେ । ଏଥିପାଇଁ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ ଅନୁମୋଦନ ଆବଶ୍ୟକ ହେବ । ଙ) ଏହି ଯୋଜନା ନିମନ୍ତେ ପାଣ୍ଠି ଭୁବନେଶ୍ୱର ମହାନଗର ନିଗମଙ୍କ ତତ୍ତ୍ୱାବଧାନରେ ରହିବ । ଚ) ଯେହେତୁ ୬ ମାସ ମଧ୍ୟରେ ପ୍ରକଳ୍ପକୁ ଶେଷ କରିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, ତେଣୁ ଅଧିଗ୍ରହଶ ଅଧିସୂଚନା ପ୍ରକାଶିତ ହେବାର ୩୦ ଦିନ ମଧ୍ୟରେ ଯଦି କ୍ଷତିଗ୍ରସ୍ତ ବ୍ୟକ୍ତି ସ୍ୱେଚ୍ଛାରେ ତାଙ୍କର ଜମି ପ୍ରଦାନ କରନ୍ତି, ତେବେ ତାଙ୍କୁ ଅତିରିକ୍ତ ୧୦ ପ୍ରତିଶତ ଅର୍ଥ ପ୍ରୋତ୍ସାହନ ଭାବରେ ପ୍ରଦାନ କରାଯିବ ।
