ଭାରତୀୟ ଗ୍ଲାମର ଦୁନିଆରେ ସକି୍ରୟ ଥିବା ଦୁଇ ଜଣ ‘ଅକ୍ଷରା’ ହେଉଛନ୍ତି କମଲ-ଦୁହିତା ଅକ୍ଷରା ହାସନ ଏବଂ କନ୍ନଡ ସୁନ୍ଦରୀ ଅକ୍ଷରା ଗୌଡ଼ । ୨୦୧୧ ରେ ମୁକ୍ତିଲାଭ କରିଥିବା ‘ଚିତ୍ତକାବେରୀ-ଦ ସେଡ୍ସ ଅଫ ଗ୍ରେ’ ଅକ୍ଷରାଙ୍କର ପ୍ରଥମ ବଲିଉଡ଼ ଫିଲ୍ମ । ସେହି ବର୍ଷ ମଧ୍ୟ ସେ ଦକ୍ଷିଣୀ ଫିଲ୍ମ ଦୁନିଆରେ ପାଦ ଥାପିଥିଲେ । ୨୦୧୩ ରେ ସେ ପ୍ରିୟଦର୍ଶନଙ୍କ ହିନ୍ଦୀ ଫିଲ୍ମ ‘ରଙ୍ଗରେଜ’ରେ ଅଭିନୟ କରିଥିଲେ । ଫିଲ୍ମଟି ଉଭୟ ଦର୍ଶକ ତଥା ସମୀକ୍ଷକ ମହଲରେ ଉଚ୍ଚ ପ୍ରଶଂସିତ ହୋଇଥିଲା । ଏହା ସତ୍ତ୍ୱେ ଅକ୍ଷରାଙ୍କ ବଲିଉଡ଼ ଜୀବନ ବିଫଳ ହୋଇଥିଲା । ତାହା ପରେ ସେ କୌଣସି ହିନ୍ଦୀ ଫିଲ୍ମ ପାଇନାହାନ୍ତି । ଅଦ୍ୟାବଧି ମାତ୍ର ବାରଟି ଫିଲ୍ମରେ ଅଭିନୟ କରିଛନ୍ତି । ଏହି ବର୍ଷ ଗୋଟିଏ କନ୍ନଡ ଫିଲ୍ମ ମୁକ୍ତିଲାଭ କରିବ । ଅଠେଇଶ ବର୍ଷ ବୟସ୍କାର ଅକ୍ଷରା କି୍ରକେଟ ପ୍ରେମୀ । ଖେଳ ଓ ଖେଳାଳିଙ୍କ ପ୍ରତି ଅଧିକ ସମୟ ଦେଇଥିବା ଶୁଣାଯାଏ । ଏକଦା ସେ ତାରକା କି୍ରକେଟ ଖେଳାଳି ଯୁବରାଜ ସିଂହଙ୍କ ପ୍ରେମରେ ପଡ଼ି ହୃଦୟର ରାଜକୁମାରୀ ହେବାକୁ ଉଦ୍ୟମ କରିଥିଲେ । ତେବେ କୌଣସି କାରଣରୁ ୨୦୧୧ ରେ ସେମାନଙ୍କ ପ୍ରେମ କାହାଣୀର ଅନ୍ତ ଘଟିଥିଲା । ସେ ସମୟରେ ଦୁହେଁ ବାନେ୍ଦ୍ରରେ ରହୁଥିଲେ । ସମ୍ପର୍କ ତୁଟିବା ପରେ ଅକ୍ଷରା ମୁମ୍ବାଇ ଛାଡ଼ି ଦେଇଥିଲେ । ପ୍ରେମରେ ବିଫଳତା ପାଇଁ କିଛି କାଳ ମାନସିକ ଅବସାଦ ଭୋଗିଥିଲେ । ଅକ୍ଷରା ବେଙ୍ଗାଲୁରୁର ବାସିନ୍ଦା । ତାଙ୍କ ପିତା ଜଣେ ବ୍ୟବସାୟୀ ଓ ମାତା ଗୃହିଣୀ । ସେ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବା କଳାକାର । ସ୍କୁଲରେ ପଢ଼ିବା ବେଳେ ଥ୍ରୋ ବଲ ଓ ଟେବଲ ଟେନିସ ଖେଳୁଥିଲେ । ଏହି ଦୁଇ ଖେଳରେ ସେ ଜାତୀୟ ସ୍ତରକୁ ଉନ୍ନୀତ ହୋଇଥିଲେ । ତେବେ କଲେଜରେ ପାଦ ଦେବା ପରେ ତାଙ୍କ ଲକ୍ଷ୍ୟ ବଦଳି ଥିଲା ଏବଂ ସେ ଗ୍ଲାମର ଦୁନିଆରେ ପ୍ରସିଦ୍ଧି ଲାଭ କରିଥିଲେ ।
